NK NEWS ODISHA

News agency Odisha

ବିଶ୍ଵାୟନ ସାହିତ୍ୟ ସଂସଦର କବିତା ଆସର |

Spread the love

ବିଶ୍ଵାୟନ ସାହିତ୍ୟ ସଂସଦର କବିତା ଆସର |

କଲିକତା(୯/୮) (ରିପୋର୍ଟ: ସନାତନ ମହାକୁଡ) ଖଡ଼ଗପୁର ସ୍ଥିତ ବିଶ୍ଵାଳ ସାହିତ୍ୟ ସଂସଦ ପକ୍ଷରୁ ଅଗଷ୍ଟ ମାସର କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଭାପତିତ୍ବ କରିଥିଲେ ସଂସଦର ସ୍ଥାୟୀ ସଭାପତି ପ୍ରଫେସର ଡ.ଗଗନ ଚନ୍ଦ୍ର ଦେ। ଏହାକୁ ସଂଯୋଜନା କରିଥିଲେ କବି ଦୁର୍ଯୋଧନ ପ୍ରଧାନ ଏବଂ ସମୀକ୍ଷକ ଥିଲେ ଡ.ବିଶ୍ଵଜିତ ପଟ୍ଟନାୟକ। ଆସରର ପ୍ରାରମ୍ଭରେ ଡ. ଗଗନ ଚନ୍ଦ୍ର ଦେ ବେଦ ପାଠ ଓ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସରସ୍ବତ ସାଧକ ମାନଙ୍କୁ ସ୍ଵାଗତ କରିଥିଲେ। ପ୍ରାରମ୍ଭିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କବିତା ଆସର ଆରମ୍ଭ ହୋଇ ଦେଶର ବିଭିନ୍ନ ପ୍ରାନ୍ତରୁ ଆରତୀ ପ୍ରହରାଜ, ଅଧ୍ୟାପକ ନିରଂଜନ ବେହେରା, ସନାତନ ମହାକୁଡ, ପ୍ରଦୀପ ଦାସ ଅଧିକାରୀ, ବାଣୀରତ୍ନ ଗଙ୍ଗାଧର ଦାସ, ଡଃ ଗିରିଧାରୀ ପଣ୍ଡା,ଡ.ଅରୁନ୍ଧତୀ ମହାନ୍ତି, ଡଃ ଗଗନ ଚନ୍ଦ୍ର ଦେ,ବିଜୟ କୁମାର ମୁଦୁଲି, ଅମରେନ୍ଦ୍ର ଦାସ, ଅଧ୍ୟାପକ ତପନ କୁମାର ପ୍ରଧାନ, ସୁନୀଲ କୁମାର ଦାସ, ଅତନୁ ସବ୍ୟସାଚୀ ଦେ, ଜଗବନ୍ଧୁ ଖଟୁଆ, ବରୁଣ କୁମାର ଦାସ ପ୍ରମୁଖ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଂସଦର ସଂପାଦକ ପବିତ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

%d