ଅସମୟର ବନ୍ଧୁ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ !
ନୂଆଗାଁ /ଓଡଗାଁ 05/07/2021(ରିପୋର୍ଟ :ନିରଞ୍ଜନ ସାହୁ ): ଏବେବି ମଣିଷ ପଣିଆ ବଞ୍ଚିଛି | କୋରନା ସମୟରେ ବିଭିନ୍ନ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଯୁବ ସମାଜସେବୀ | ଅସହାୟ ଗରିବ ଲୋକଙ୍କ ମୁହଁରେ ହସ ଫୁଟେଇ ଲୋକ ଲୋଚନକୁ ଆସିଥିଲେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟମାନେ । ଏମିତିକା ଆଜି ଦେଖିବାକୁ ମିଳିଛି ଏକ ହୃଦୟ ଛୁଇଁଲା ଭଳି ଦୃଶ୍ୟ | ନାମ ବୁଦ୍ଧିଆ ନାୟକ ବୟସ 80, ଓଡଗାଁରେ ଘର ଦ୍ୱାରା ବୋଲି କିଛି ବି ନାହିଁ | ଓଡଗାଁ ଯାତ୍ରୀ ନିବାସ ଘର ନିକଟରେ ସବୁବେଳେ ପଡି ରହି ଆସୁଥିଲେ | କିଏ କେତବେଳେ ଭାତ ମୁଠାଏ ଦେଲେ ପେଟ କୁ ଦାନା ମିଳୁଥିଲା |ନହେଲେ ଉପବାସ ରେ ଶୋଉଥିଲେ |ତାଙ୍କ ସ୍ତ୍ରୀ ସ୍କୁଲ, କଲେଜ ରେ ଝାଡୁ ମାରି ଯେଉଁ ଦୁଇ ପଇସା ଆଣୁଥିଲେ, ସେଥିରେ ପରିବାର କିଛି ମାତ୍ର ରେ ପ୍ରତିପୋଷଣ ହୋଇ ପାରୁଥିଲା | ହେଲେ କୋଭିଡ କଟକଣା ନିୟମ ପାଇଁ ଦୁଇ ବର୍ଷ ହେବ ସ୍କୁଲ କଲେଜ ଖୋଲୁ ନଥିବାରୁ ତାହା ମଧ୍ୟ୍ୟ ବନ୍ଦ ହୋଇଗଲା| ଆଜ କୁ ପନ୍ଦର ଦିନ ଧରି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ଜଗନାଥପ୍ରସାଦ ଗଞ୍ଜାମ ଓଡିଶା ପରିବାର ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଥିଲା | ବୃଦ୍ଧ ବାପା ଜଣଙ୍କ ଆଗରୁ ମଧ୍ୟ୍ୟ ପାରାଲିସସ ବେମାର ରେ ଆକ୍ରାନ୍ତ ଥିଲେ | ହେଲେ ଗତ ଦୁଇ ଦିନ ତଳେ ବିଳମ୍ବିତ ରାତ୍ର ରେ ଚିକିତ୍ସା ପାଇଁ ଅର୍ଥ ଅଭାବ ହେବା କାରଣ ରୁ ତାଙ୍କର ମୃତ୍ୟୁ ଘଟିଗଲା | ଏହି ଦୁଃଖଦ ଖବର ଟି ଶୁଣିବା ପରେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପରିବାରର ସଦସ୍ୟ ଭାଇମାନେ ପହଞ୍ଚି ତାଙ୍କ ପରିବାର ନିକଟରେ ଅସୁବିଧା ବିଷୟରେ ପଚାରି ବୁଝିବା ସହିତ ଗୋଟିଏ ମାସ ପାଇଁ ସମ୍ପୂର୍ଣ ରାସନ ସାମଗ୍ରୀ ଦେବା ସହିତ ପନିପରିବା, କିଛି ବସ୍ତ୍ର ଓ ଅର୍ଥ ଆକାରରେ 2500 ଟଙ୍କା ସାହାଯ୍ୟ କରିଛନ୍ତି | ଏହି ଭଳି ସହଯୋଗ କୁ ବିଭିନ୍ନ ମହଲ ରେ ପ୍ରଶଂସା କରିଛନ୍ତି ।
More Stories
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଓଡଗାଁର ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତ