ସରକାରୀ ରାଜସ୍ବରେ ନିର୍ମିତ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା !
ନୂଆଗାଁ : 13/07/2021(ରିପୋର୍ଟ :ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଠିକ୍ ସମୟରେ ଅଫିସ୍ ଖୋଲିବା ସହ ଅଫିସ୍ ପରିସର ସଫା ସୁତରା ରଖିବାପାଇଁ ନିର୍ଦ୍ଦେଶ ରହିଛି | କିନ୍ତୁ କିଛି ଜାଗାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏମିତିକା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ଅନୁ ବିଭାଗ, ମହିପୁରୁ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସରରେ | ଘାସ ଲତା ମାଡ଼ି ରହି ପାଣି ଟାଙ୍କିରେ ଗଛ ଉଠିଲାଣି |
ଲୋକମାନେ କିଛି କାମ ପାଇଁ ଅଫିସକୁ ଗଲାବେଳେ ପିଅନ ଛଡ଼ା ଯନ୍ତ୍ରୀଙ୍କର ଦେଖା ମିଳୁନି | ଚାଷୀମାନେ କୌଣସି କାମ ପାଇଁ ବହୁଥର ଆସିଥିଲେ ମଧ୍ୟ ଯନ୍ତ୍ରୀଙ୍କୁ ନପାଇ ନିରାସ ହୋଇ ଫେରୁଥିବା ଶୁଣିବାକୁ ମିଳୁଛି | ଏହି ବିଷୟରେ ଖବର ନେବାପାଇଁ ଆମ ରିପୋର୍ଟର ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।ସରକାରଙ୍କ ରାଜସ୍ବ ବିନିଯୋଗ କରି ତିଆରି ହୋଇଥିବା ସରକାରୀ ଅଫିସ କିନ୍ତୁ ଲୋକଙ୍କ କାମରେ ଆସୁନଥିବା ଜନସାଧାରଣଠାରେ ଚର୍ଚ୍ଚା ହେଉଛି । ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୁଷ୍ଟିଦେବା ପାଇଁ ଅଂଚଳ ବାସିନ୍ଦାଙ୍କ ଦାବି କରିଛନ୍ତି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …