NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ |

Spread the love
ADVERTISEMENT

ନୟାଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ |

ନୟାଗଡ : 01/07/2021(ବ୍ୟୁରୋ): ନୟାଗଡ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଛତାbପଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଯାଉଥିବା ଏହି ବିଭାଗ ତରଫରୁ ସାରା ଦେଶର ବିଭିନ୍ନ ଯୁବ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ଯୁବ କେନ୍ଦ୍ର ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଜାରି ରହିଛି।

ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମରେ ଭାପୁର ବ୍ଲକର ଆଦର୍ଶବାଦୀ ୟଙ୍ଗ ଷ୍ଟାର କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ମାଧ୍ୟମରେ ଉପସ୍ଥିତ ଅତିଥି ଓ ଗ୍ରାମର ଆଶା ଦିଦି , ଅଙ୍ଗନୱାଡ଼ି କର୍ମୀ ସଫେଇର ମହତ୍ତ୍ୱ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।

ପରେ ପରେ ଗ୍ରାମର ବିଭିନ୍ନ ଅଞ୍ଚଳ ସଫା କରିବା ସହ ବ୍ଳିଚିଂ ପାଉଡ଼ର ସିଞ୍ଚନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ କିଛି ବୃକ୍ଷରୋପଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାପୁରର ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ ଜାତୀୟ ଯୁବ ସ୍ୱେଚ୍ଛାସେବୀ (NYV) ସତ୍ୟବ୍ରତ ମହାରଣା ଓ ପ୍ରାଚୀ ତନୟା ମିଶ୍ର ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଆଶୁତୋଷ ଦାସ ପରିଚାଳନା କରିଥିଲେ।

ADVERTISEMENT
ADVERTISEMENT
%d bloggers like this: