NK NEWS ODISHA

News agency Odisha

ପଚାଶ ବର୍ଷର ସମସ୍ୟା ଦୂର କଲେ ବିଧାୟକ ।

Spread the love

ପଚାଶ ବର୍ଷର ସମସ୍ୟା ଦୂର କଲେ ବିଧାୟକ ।

ନୂଆଗାଁ : 07/07/2021(ରିପୋର୍ଟ : ନିରଞ୍ଜନ ସାହୁ): ସେବା କରିବାର ଇଛାଶକ୍ତି ଦେଇଛି ଆନନ୍ଦ | ଏହା କହିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା | ପଚାଶ ବର୍ଷର ସମସ୍ୟା , ବର୍ଷଧରି ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ କୋଶଳାଙ୍ଗ ଓ ଆଙ୍ଗିସିଙ୍ଗି ଗ୍ରାମବାସୀଙ୍କ ଦୁଃଖ କେହି ଶୁଣୁନଥିଲେ | ବର୍ତ୍ତମାନର ସେହି ସମସ୍ୟାର ସମାଧାନ କରଛନ୍ତି ଲୋକପ୍ରିୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା | ତାଙ୍କ ସହଯୋଗରେ ପୋଲ ନିର୍ମାଣ କରାଯିବା ପାଇଁ ଅର୍ଥ ମଞ୍ଜୁର ହୋଇଛି | କାମ ଆରମ୍ଭ ହେବାପରେ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଥିଲା |

ବର୍ତ୍ତମାନ ସମୟରେ କାମ ଆରମ୍ଭ ହୋଇଥିଲେ ସୁଦ୍ଧା କିଛି କୁଚକ୍ରୀ ଗୋଷ୍ଠୀ କାମ ବନ୍ଦ କରିବାକୁ ଉଦ୍ୟମ ଚଳାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଦୁଇ ଠିକାଦାର ଗୋଷ୍ଠୀଙ୍କୁ ନେଇ କିଛି ମିଥ୍ୟା ଅଭିଯୋଗ ଆଣି ଏଥିରେ ବ୍ଳକ ପ୍ରଶାସନକୁ ବଦନାମ କରିବା ସହ କାମ ବନ୍ଦ କରିବାକୁ ଉଦ୍ୟମ ଚାଲିଥିବା ଗ୍ରାମବାସୀ ମାନେ କହିଛନ୍ତି | କିନ୍ତୁ ଦିର୍ଘ ଦିନର ସମସ୍ୟା ଦୁର ହୋଇଥୀବାରୁ ଗ୍ରାମବାସୀ ଖୁସି ଥିବା କହିଛନ୍ତି |ହେଉଥିବା ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ଗ୍ରାମବାସୀ ବ୍ଳକ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି | ଏଥିସହ ବିଧାୟକଙ୍କ ଏହିଭଳି ରାସ୍ତା ନଥୀବା ଗାଁ କୁ ରାସ୍ତା ଖୋଲିବା କାର୍ଯ୍ୟକ୍ରମକୁ ଅଂଚଳ ବାସିନ୍ଦା ସ୍ବାଗତ କରିଛନ୍ତି ।

%d