ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ବୁଟୁ
ଦଶପଲ୍ଲା : 22/07/2021(ରିପୋର୍ଟ : କ୍ଷୀରୋଦ ଚନ୍ଦ୍ର ପ୍ରଧାନ): ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ 12ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଚିତ୍ରସେନ ଦାସଙ୍କ ପୁଅ ବୁଟୁ ଦାସ (30)। ହୃଦ ରୋଗରେ ପୀଡିତ ହୋଇ 2ବର୍ଷ ଧରି ରୋଗ ଶଯ୍ୟାରେ ବୁଟୁ। ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହିଁ। ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ବୁଟୁର ଛାତିରେ ଯନ୍ତ୍ରଣା ହେବାରୁ କଟକ ଏସ୍ ସି ବି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଚିକିତ୍ସା ହେବା ପରେ ଛାତିରେ ପାଣି ଜମିଥିବା ଜାଣିବାକୁ ମିଳିଲା। ପରେ ଜମିଥିବା ପାଣି ବାହାରିବା ପାଇଁ ଏକ ପାଇପି ସହ ପଲିଥିନ ବ୍ୟାଗ ଲଗାଇ ଛାଡି ଦେଲେ ଡାକ୍ତର।
ଟଙ୍କା ଯୋଗାଡ ହୋଇ ନ ପାରିବାରୁ ଅଧିକା ଚିକିତ୍ସା କିମ୍ବା ଅପରେସନ ହୋଇ ପାରିଲା ନାହିଁ। ହେଲେ ୨ବର୍ଷ ହେବ ସେହି ପଲିଥିନ ବ୍ୟାଗକୁ ଧରି ହୃଦୟ ଯନ୍ତ୍ରଣାରେ କଷ୍ଟ ପାଉଛି ବୁଟୁ। ବୁଟୁର ପରିବାର ଦିନ ମଜୁରିଆ ହୋଇଥିବାରୁ ମୋଟା ଅଂକର ଅର୍ଥ ଯୋଗାଡ଼ କରିପାରୁନାହାନ୍ତି , ତେଣୁ ଅପରେସନ ହୋଇ ପାରୁ ନାହିଁ। ଏପଟେ ଦିନ ଗଡ଼ିବା ସହ ରୋଗ ମଧ୍ୟ ବଢି ଚାଲିଛି। ଏବେ ଜରୁରୀ ହୋଇ ପଡିଛି ଅପରେସନ। ଏପରି ସ୍ଥାଳେ ତାଙ୍କର ମା ଓ ସ୍ତ୍ରୀ ସରକାର କୁଂ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …