ଥାନାରେ ହେଲା ଦୁଇ ପ୍ରେମୀ ଯୁଗଳ ଙ୍କ ବିବାହ
ଓଡ଼ଗାଁ :20/07/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଦୁଇ ପ୍ରମୀଯୁଗଳଙ୍କୁ ଥାନାକୁ ଆଣି ଥାନାରେ ବିବାହ କଲେ ଥାନା ଅଧିକାରୀ |ଏଭାଲି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନାରେ |ଘଟଣା ରୁ ପ୍ରକାଶକି ଶରଣକୁଳ ଥାନା ଅଧିନସ୍ଥ ଶିଖରପୁର ଗ୍ରାମର ପ୍ରକାଶ କୁମାର ନାୟକ ଙ୍କ ଝିଅ ଶୁଭଶ୍ରୀ ନାୟକ ସେହି ଗ୍ରାମର ତ୍ରିନାଥ ନାୟକଙ୍କ ପୁଅ ଶୋଭନ ନାୟକ ଙ୍କୁ ଭଲ ପାଇ ଆସୁଥିଲେ | କିନ୍ତୁ ବିବାହ ପାଇଁ ପରିବାରର ଲୋକେ ସୀକୃତି ନଦେବାରୁ ଉଭୟ ପ୍ରେମୀ ଯୁଗଳ ଘର ଛାଡି କେଉଁଆଡେ ଚାଲିଯାଇଥିଲେ | ତେବେ ଏ ନେଇ ଶୁଭଶ୍ରୀ ଙ୍କ ବାପା ତ୍ରିନାଥ ନାୟକ ଶରଣକୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ |
ତେବେ ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ପ୍ରେମୀ ଯୁଗଳ ଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସୁରାଗ ପାଇନଥିଲେ | କିନ୍ତୁ ଗତକାଲି ସେମାନେ ଭୁବନେଶ୍ୱରରେ ଥିବା ଜାଣିପାରି ସେମାନଙ୍କୁ ଉଠାଇ ଆଣିଥିଲା ଶରଣକୁଳ ପୋଲିସ ଏବଂ ଉଭୟ ପରିବାର ଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲେ | କିନ୍ତୁ ଉଭୟ ପରିବାର ଲୋକେ ବିବାହ କୁ ସୀକୃତି ଦେଇନଥିଲେ | ଅନ୍ୟପଟେ ୨ ପ୍ରେମୀ ଯୁଗଳ ସାବାଳକ ହୋଇଥିବା ରୁ ରଣପୁର ବିଧାୟକ ତଥା ନୟାଗଡ ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ ଓ ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତି ରେ ଥାନାଭିତରେ ଥିବା ତ୍ରିନାଥ ମନ୍ଦିରରେ ଉଭୟଙ୍କ ବିବାହ କରାଯାଇଥିବା ଦେଖିବାକୁ ମିଳିଛି | ତେବେ ଏହି ବିବାହରେ ୨ ପ୍ରେମୀଯୁଗଳ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି |
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |