NK NEWS ODISHA

News agency Odisha

ସ୍ତ୍ରୀ ଓ ଛୁଆଙ୍କୁ ଝୁରୁଛି ସୁଶାନ୍ତ : ପ୍ରସୂତି ବେଳେ ମାଆ ଓ ଛୁଆଙ୍କ ଚାଲିଗଲା ଜୀବନ

Spread the love

ସ୍ତ୍ରୀ ଓ ଛୁଆଙ୍କୁ ଝୁରୁଛି ସୁଶାନ୍ତ : ପ୍ରସୂତି ବେଳେ ମାଆ ଓ ଛୁଆଙ୍କ ଚାଲିଗଲା ଜୀବନ

ନୂଆଗାଁ : 17/07/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଂଚଳରେ ବସବାସ କରୁଥିବା ଆଦିବାସୀ ବହୁଳ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ତାହା କେତେଦୂର ଗ୍ରହଣୀୟ ତଥା କାର୍ଯ୍ୟକାରୀ ହେଉଛି ତାହା ପ୍ରତି ଗୁରୁତ୍ବ ଦେବାକୁ ସମୟ ନଥିଲା ଭଳି ମନେହେଉଛି | ଶିଶୁ ମାତୃ ଦିବସ ସହ ଶିଶୁ ମୂତ ହାର କମେଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏମିତି ଏକ ହୁର୍ଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ |ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲୀ ପଂଚାୟତର ସିମା ଗାଁ’ ର ରମା ପ୍ରଧାନ ପ୍ରସୂତି ପାଇଁ ବାହାଡ଼ାଝୋଲା କଷ୍ଟିଡାକୁଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ | ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗାଡ଼ିରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ମୂତ ଶିଶୁ ଜନ୍ମଗ୍ରହଣ କରିଥିଲେ |

ମା’ ଦେହ ଖରାପ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା | କିନ୍ତୁ ସେଠାରେ ତାଙ୍କର ମୂତ ହୋଇଥିଲା | ଡାକ୍ତରଖାନା ପରିସର ବାରଣ୍ଡାରେ ଶବ ଥିବାର ଖବର ପାଇ କିଛି ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ପୋଷ୍ଟମର୍ଟମ କରାଯାଇଥିଲା | କିନ୍ତୁ ସୁସାନ୍ତ ପ୍ରଧାନ ନିଜ ସ୍ତ୍ରୀ ଓ ଛୁଆଙ୍କୁ ଝୁରୁଛି | ଏବେ ପାଖରେ ମାତ୍ର ବିଧବା ମାଁ ଛଡ଼ା କେହି ନାହାନ୍ତି । ଏବେ ଏହି ଆଦିବାସୀ ପରିବାର ବାହାଡାଝୋଲା କଷ୍ଟିଡାକୁଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏବେ ବିଧବା ମାଆ ଓ ପୁଅ ଦୁଃଖର ଭାଗିପଡିଛନ୍ତି | କିଛି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

%d