ଅନଲାଇନ ମାଧ୍ୟମରେ ଓଡଗାଁରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ କବିତା ଆସର
ଓଡ଼ଗାଁ : 16/07/2021(ରିପୋର୍ଟ : ସନାତନ ମହାକୁଡ଼): ଆଜି ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଏହାର ଦ୍ୱିତୀୟ କବିତା ଆସର ଆୟୋଜନ କରିଛି।କବି ପ୍ରହଲ୍ଲାଦ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲାର ଅନ୍ୟତମ ଶ୍ରୀ ଜଗନ୍ନାଥଧାମ ରଣପୁର ଅଞ୍ଚଳର କବି କବୟିତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ମୁଖ୍ୟଅତିଥି ରୂପେ ଚକ୍ରସୁଦର୍ଶନ କ୍ଷେତ୍ର,ବରପଦା, ଭଦ୍ରକ ଆଶ୍ରମର ମାନନୀୟା ଆଚାର୍ଯ୍ୟା ଗୁରୁମା’ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା ସଭାପତି ଦାୟିତ୍ୱ ତୁଲାଇଥିବା ସହ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର ,ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ଏବଂ ସଂଯୋଜିକା ପ୍ରିୟଦର୍ଶନୀ ମହାପାତ୍ର କବିତାଗୁଡିକୁ ସଂଯୋଜନା କରିଥିଲେ।
ରଣପୁର ବ୍ଲକର ଅଗ୍ରଣୀ ଅନୁଷ୍ଠାନ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ପରିଷଦର ବରିଷ୍ଠ କବି କାହ୍ନୁଚରଣ ମିଶ୍ର, ଜ୍ୟୋତି ରଞ୍ଜନ ଦାଶ, ଗୋଦାବରୀଶ ଦାସ,ସମୀର କୁମାର କଳସ,ଅରୁଣ କୁମାର ଦାସ,ମାନସ ପଟ୍ଟନାୟକ, ପ୍ରଭାତ ପଣ୍ଡା, ତପନ କୁମାର ସ୍ୱାଇଁ,ଅଜୟ ଦାସ,କବୟିତ୍ରୀ କବିତା ମିଶ୍ର,ଡଃ ଜୟନ୍ତୀବାଳା ଜେନା,ଡଃ କଳ୍ପନା ରଥ,ସୁମିତ୍ରା ଦାଶ ଆଦି ୩୨ ଜଣ ସାରସ୍ୱତ ସାଧକ ସାଧିକା ସ୍ୱରଚିତ କବିତା ପାଠ କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ), ଉପଦେଷ୍ଟା ନିରଞ୍ଜନ ସାହୁ, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ,
ମନୋଜ କୁମାର ନାୟକ, ଓ ସୁଦୂର କଲିକତାରୁ କବି ସନାତନ ମହାକୁଡ଼,ଅନୁଗୁଳରୁ ଏନ୍.ଲକ୍ଷ୍ମୀଧର,ସଞ୍ଜୟ କୁମାର ଦାସ,ଦୂତୀକୄଷ୍ଣ ମିଶ୍ର,ରାଜକିଶୋର ନାୟକ,ସାନ୍ତନୁ ବିଶୋୟୀ,ବିଜୟ କୁମାର ରାଉଳ ପ୍ରମୁଖ ଅନୁଷ୍ଠାନର ସଭ୍ୟସଭ୍ୟାଗଣ ମଧ୍ୟ ଉକ୍ତ ଆସରରେ ଯୋଗଦେଇଥିଲେ।ପରିଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ ପୂର୍ବକ ଅନୁଷ୍ଠାନ ପକ୍ଷରୁ ଇ-ମାନପତ୍ର ପ୍ରଦାନ କରିଥିଲେ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …