NK NEWS ODISHA

News agency Odisha

ଗାଁ ବିଦ୍ୟାଳୟ ଗାଁ’ ରେ ରହିବାକୁ ଗ୍ରାମବାସୀଙ୍କ ଦାବି

Spread the love

ଗାଁ ବିଦ୍ୟାଳୟ ଗାଁ’ ରେ ରହିବାକୁ ଗ୍ରାମବାସୀଙ୍କ ଦାବି

ନୂଆଗାଁ :16/07/2021(ରିପୋର୍ଟ : ନିରଞ୍ଜନ ସାହୁ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସହ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଗାଁ ପିଲା ଗାଁ ରେ ପାଠ ପଢିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । କିନ୍ତୁ କିଛି ଦିନ ତଳେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ 20ଜଣରୁ କମ ପିଲା ଥିବା ବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ଏହି ନିୟମ ଅନୁସାରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପୋଖରା ପ୍ରାଥମିକ ବିଦ୍ୟାଳୟକୁ ସରକାର ନିୟମ ଅନୁସାରେ ବନ୍ଦ କରାଯାଇଛି | 2006ମସିହାରେ ସ୍ଥାପିତ ହୋଇଥିବାବେଳେ ଏହି ବିଦ୍ୟାଳୟ ସରକାରଙ୍କ ନିୟମରେ 20ରୁ କମ୍ ପିଲା ଥିବା ଦର୍ଶାଇ ବନ୍ଦ ଘୋଷଣା କରାଯାଇଛି |

ଫଳରେ ଏକ ବର୍ଷ ହେଲା ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅଛି ଏହି ବିଦ୍ୟାଳୟ | ଏପରିକି ପିଲାମାନଙ୍କୁ ମାଧ୍ୟାନ୍ନ ଭୋଜନ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଗାଁ ଲୋକଙ୍କ କହିବାନୁସାରେ ବିଦ୍ୟାଳୟରେ 24 ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏହି ବିଷୟ ନେଇ ପୂର୍ବରୁ ଦୁଇ ଦୁଇଥର ଜିଲ୍ଲାପାଳ ଏବଂ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।ଏହାସହିତ ବିଗତ ମଙ୍ଗଳବାର ତା13/07/2021 ରିଖ ଦିନ 50ରୁ ଉର୍ଦ୍ଧ ଗ୍ରାମବାସୀ ଏବଂ ଅଭିଭାବକ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ତ ହୋଇଥିଲେ।


ଆମେ ନୂଆଗାଁ ମଣ୍ଡଳ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କୁ ପଚାରି ବୁଝିବାରୁ ସେ କହିବା କଥା ଯେ ବନ୍ଦ ଥିଲା କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଅନୁଯାୟୀ ଚଳିତ ବର୍ଷ ବିଦ୍ୟାଳୟ ଚାଲୁ ହେବାପାଇଁ ନିର୍ଦ୍ଦେଶ ହୋଇଛି ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ।
%d