ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମୃତ !
ଦଶପଲ୍ଲା: 16/07/2023(ରିପୋର୍ଟ: ସୁବାଷ ଚନ୍ଦ୍ର ବାରିକ): ଖୋର୍ଦ୍ଧା ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥର ଗୁରହା ଗ୍ରାମ ଋତୁରାଜ ଢ଼ାବା ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି| ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ଅଂଚଳର ରଣଜୀତ ନାୟକ (35)ବୋଲି ଜଣାପଡିଛି |
ସୂଚନା ଅନୁସାରେ ଏହିଯୁବକ ଜଣକ ତାଙ୍କ ଶଶୁର ଘର ଵାଣିଗୋଚ୍ଛାକୁ ଆସିଥିଲେ | କୌଣସି କାମରେ ସେ ଗୁରହା ଗ୍ରାମକୁ ଚାଲିଚାଲି ଯାଉଥିବା ସମୟରେ, ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଆର ଜେ 19 ଜି ଏଚ 6107 ନମ୍ବର ତେଲ ଟ୍ୟାଙ୍କର ଟ୍ରକ ଧକ୍କା ଦେଇଥିଲା | ଫଳରେ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ଘଟିଥିଲା |
ଗାଡିର ଡ୍ରାଇଭର ଫେରାର ହୋଇଥିବା ବେଳେ ଦଶପଲ୍ଲା ଟୋଲଗାଟ ଠାରେ ଵାଣିଗୋଚ୍ଛା ପୋଲିସ ଧରିବାରେ ସଫଳ ହୋଇଥିଲା |
ଏହି ଦୁର୍ଘଟଣାକୁ ନେଇ ମୃତ ରଣଜୀତ ଙ୍କ ପରିବାର ଏବଂ ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ | ଯାହା ଫଳରେ ରାଜ ରାସ୍ତାର ଉଭୟ ପଟେ ସହ ସହ ଗାଡ଼ି ଅଟକି ଥିଲା | ପୋଲିସ ଏବଂ ଦଶପଲ୍ଲା ଅତିରିକ୍ତ ତହସିଲଦାର ଭେଙ୍କଟେଶ୍ୱର ରାଓ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତାରୁ ଉଠିଥିଲେ |
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ