NK NEWS ODISHA

News agency Odisha

ଶରଣକୁଳ ଅଡିଟୋରିୟମ ଗୃହରେ ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ |

Spread the love

ଶରଣକୁଳ ଅଡିଟୋରିୟମ ଗୃହରେ ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ |

ଓଡଗାଁ : 08/10/2021(ରିପୋର୍ଟ :ସନାତନ ମହାକୁଡ଼): ଆଜି ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ,ଶିକ୍ଷିକା ମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ । ଆଜିର ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବରେ ,ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର ମଞ୍ଚାସୀନ ଥିଲେ ।

ଉକ୍ତ ମଞ୍ଚରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମନୋନୀତ କର୍ମକର୍ତ୍ତା ମାନଙ୍କୁ ଅବସରପ୍ରାପ୍ତ ଶିକ୍ଷକ ଦିନବନ୍ଧୁ ମହାପାତ୍ର ଓ ରାମକୃଷ୍ଣ ପରିଡ଼ା ଜିଲ୍ଲାର ଅନ୍ୟ କର୍ମକର୍ତ୍ତା ରିତାଞ୍ଜଳୀ ମହାରଣା (ଉପ ସଭାପତି) ,ଶୁସାନ୍ତ ରଣା (ଉପସଭାପତି),ରଞ୍ଜନ କୁମାର ଦାଶ (ସହସମ୍ପାଦକ),ସୁରେଶ ଚନ୍ଦ୍ର ମହାପାତ୍ର (ସଂଯୋଜକ),କବିର ନାୟକ (ଯୁଗ୍ମ ସମ୍ପାଦକ)ହେମନ୍ତ କୁମାର ମିଶ୍ର(କୋଷାଧ୍ୟକ୍ଷ),ବାମନ ଚନ୍ଦ୍ର ବାରିକ,ଶେଖ୍ଅବଦୁଲ୍ ଖାଲିକ୍,ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଅକ୍ଷୟ କୁମାର ନନ୍ଦ(ସଂଗଠନ ସମ୍ପାଦକ)କୁ ଶପଥପାଠ କରାଇଥିଲେ।

ସମସ୍ତ ବର୍ଗର ଶିକ୍ଷକ ମାନେ ଏକାଠି ହୋଇ ବ୍ଳକ ସ୍ତରରେ ଗୋଟିଏ ସଂଘ କାର୍ଯ୍ୟକାରୀ କରାଗଲେ ସମସ୍ତ କାର୍ଯ୍ୟକୁ ଆମେ ସୁରୁଖୁରୁରେ ହାସଲ କରିପାରିବା ତା ସହିତ ରାଜ୍ୟ ସ୍ତରରେ ଜିଲ୍ଲାର ଏକତାକୁ ପ୍ରତିଫଳନ କରିବା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ରଞ୍ଜନ କୁମାର ଦାଶ ଓ ସଚ୍ଚିଦାନନ୍ଦ ଦାସ ମଞ୍ଚପରିଚାଳନା କରିଥିବାବେଳେ ମୋହନ ସାହୁ,ଦୁଷ୍ମନ୍ତ ପଟ୍ଟନାୟକ,ନାରାୟଣ ଡାକୁଆ, ପ୍ରସନ୍ନ ବେହେରା ଦିନବନ୍ଧୁ ସାହୁ,ଅଶୋକ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

%d