NK NEWS ODISHA

News agency Odisha

ଓଡ଼ଗାଁରେ ଶିକ୍ଷକମାନଙ୍କୁ ଟୀକାକରଣ

Local news nayagarh, odagaon
Spread the love

ଓଡ଼ଗାଁରେ ଶିକ୍ଷକମାନଙ୍କୁ ଟୀକାକରଣ

ଓଡଗାଁ : 29/09/2021(ସନାତନ ମହାକୁଡ଼): ସ୍ଥାନୀୟ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟଠାରେ ଓଡ଼ଗାଁ ବ୍ଲକର ଓଡ଼ଗାଁ, କୁରାଳ,ସୁନାମୁହିଁ,ଗୌଡ଼ପୁଟ,ବାଉଁଶଗାଡ଼ିଆ,ମଶାବାରୀ ଓ କୋମଣ୍ଡ କ୍ଲଷ୍ଟର ଅଧିନସ୍ଥ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ମିଶାଇ ମୋଟ ୧୮୪ ଜଣଙ୍କୁ ପ୍ରାଥମିକଶିକ୍ଷକ ସଂଘ ଆନୁକୂଲ୍ୟରେ ଦ୍ୱିତୀୟ ଡୋଜ୍ ଟୀକାକରଣ କରାଯାଇଛି।

ଜିଲ୍ଲାପାଳ ପୋମା ଟୁଡୁଙ୍କ ପରାମର୍ଶକ୍ରମେ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଟୀକାକରଣ କାର୍ଯ୍ୟକ୍ରମରେ ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ,ସୋମନାଥ ଚୌଧୁରୀ,ସୁକାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ଦାସ,ସିଆରସିସି ତ୍ରିଲୋଚନ ସାମନ୍ତରା, ଚିତ୍ତରଞ୍ଜନ ମିଶ୍ର,ଯଶୋବନ୍ତ ପଟ୍ଟନାୟକ ଗିରିଧାରୀ ସାହୁ,ମହନ୍ତ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।ସକାଳ ୮ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କ ମାଧ୍ୟମରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲୁରହିଥିଲା।

%d