ନାରାୟଣ ଗଞ୍ଜ ହାଟ ରେ କରୋନା ନିୟମ କୁ ଫୁ…
ନୟାଗଡ଼ :- (ରିପୋର୍ଟ: ରତ୍ନାକର ହୋତା ) ମହାମାରୀ କରୋନା କୁ ନେଇ ଅସ୍ତବ୍ୟସ୍ତ ହୋଇ ପଡିଲାଣି ମାନବ ସମାଜ, ତାଲା ବନ୍ଦ ପାଇଁ ଜିବିକା ହରାଇ ବସିଲେଣି ସମସ୍ତେ l ଚାରିଆଡ଼େ କରୋନା କୁ ନେଇ ହାହାକାର ଲାଗି ରହିଛି l ସାରା ଓଡ଼ିଶା ରେ କରୋନା ର ପ୍ରକୋପ ଜାରି ରହିଥିବାବେଳେ ରାଜ୍ୟ ସରକାର ଓଡ଼ିଶା ର କିଛି କିଛି ଜିଲ୍ଲା ରେ ଲକ୍ ଡାଉନ୍ କୋହଳ କରାଯାଇଥିବାବେଳେ ଆଉ କିଛି ଜିଲ୍ଲା ରେ କଟକଣା ବଳବତ୍ତର ରହିଛି l କରୋନା ର ସମ୍ଭାବ୍ଯ ତୃତୀୟ ଲହରୀ କୁ ନେଇ କଳ୍ପନା ଜାରୀ ରହିଥିବା ବେଳେ କିଛି ଅମାନିଆ ଙ୍କ ପାଇଁ ପରିସ୍ଥିତି ରେ ସୁଧାର ଆସିବା ପରିବର୍ତ୍ତେ ଦିନ କୁ ଦିନ ବିଗିଡି ବାରେ ଲାଗିଛି l
ତେବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ଥିବା ନାରାୟଣ ଗଞ୍ଜ ହାଟ ରେ କରୋନା ନିୟମ କୁ ଫୁ କରି ଗୋଡ ରେ ଦଳି ଚକଟି ଦେବା ଦୃଶ୍ୟ ଦେଖିବାକୁ ମିଳିଛି l ନା ରହୁଚି ସାମାଜିକ ଦୂରତା ନା କୌଣସି ବ୍ୟବସାୟୀ ଙ୍କ ମୁହଁରେ ରହୁଚି ମାସ୍କ l ପୁଣି ଖୋଦ୍ ଏ ନ୍ ଏ ସି କାର୍ଯ୍ୟାଳୟ କୁ ଲାଗିରହିଛି ଏହି ହାଟ ଟି l ତଥାପି କାହାରି ମନରେ ଟିକେ ହେଲେ ବି ଭୟ ନାହିଁ l ତେବେ ବଡ଼ କଥା ହେଉଛି ପ୍ରଶାସନ ର ବାରମ୍ବାର ଚଢାଉ ହେଉଥିଲେ ମଧ୍ୟ ଏମାନେ କିଭଳି ଭାବରେ ଏତେ ବେ ଫିକର l ତେବେ ବଡ଼ ପ୍ରଶ୍ନ ପ୍ରଶାସନ ଏମାନଙ୍କ ପ୍ରତି ଆଗାମୀ ଦିନରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |