ପ୍ରଫେସର ରାଧାମୋହନ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆମ୍ରବାଟୀକାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ କୁମାର ସାହୁ |
ଓଡଗାଁ : 11/09/2022(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପୂର୍ବପାର୍ଶ୍ଵ ଅଞ୍ଚଳରେ ପ୍ରେଫେସର ରାଧାମୋହନ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଚ୍ଚ ଶିକ୍ଷା ତଥା କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆମ୍ରବାଟୀକାର ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଡକ୍ଟର ଅରୁଣ କୁମାର ସାହୁ ପ୍ରଥମେ ଆମ୍ର ଚାରା ରୋପଣ କରିଥିଲେ।ପ୍ରଫେସର ରାଧାମୋହନ ପଣ୍ଡାଙ୍କ ସୁକନ୍ୟା ସାବରମତି, ACF ଶ୍ୱେତାଲିନା ସାହୁ ଏବଂ ନୟାଗଡ଼ ବନଖଣ୍ଡ ଅଧିକାରୀ HD ଧନରାଜ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସ୍ବର୍ଗତ ପ୍ରଫେସର ରାଧାମୋହନ ପଣ୍ଡା ଜୈବିକ କୃଷି ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ପାଇଥିଲେ।ପ୍ରଫେସର ରାଧାମୋହନ ପଣ୍ଡା ପ୍ରଥମେ ଅଧ୍ୟାପନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ।କ୍ରମେ ସରକଙ୍କ ବିଭିନ୍ନ ବିଭାଗର ଅଧିକାରୀ ଭାବରେ କାର୍ଯ୍ୟ କରିବା ପାରେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା ଅଧିକାର କମିଶନର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।USA ସରକାର ତାଙ୍କୁ “ଗ୍ଲୋବାଲ ରୋଲ ଅଫ ଅନର”ପ୍ରଦାନ କରିଥିଲେ। ଓଡ଼ଗାଁ ବ୍ଲକର ଉପକଣ୍ଠ ଗ୍ରାମ ରଂଗଣିପାଟଣାରେ ଜନ୍ମଗ୍ରହଣ କରିଥିବା ଏହି ଅମର ପ୍ରତିଭୂଙ୍କୁ ନାମରେ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟସ୍ଥ ଏହି ଆମ୍ର କାନନକୁ ନାମିତ କରାଇ ଲୋକପ୍ରିୟ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।
ଓଡ଼ଗାଁ ଅଞ୍ଚଳରେ ପ୍ରତିଭୁଙ୍କର ଅଭାବ ନାହିଁ।ସେମାନଙ୍କୁ ଠିକ୍ ଦର୍ଜା ଦେବାରେ ଡକ୍ଟର ଅରୁଣ କୁମାର ସାହୁ ବଦ୍ଧପରିକର। ଏଭଳି ଭାବଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …