ଦଶପଲ୍ଲାରୁ ପ୍ରଦୋଷ ଜେନା ଉପସଭାପତି ବସନ୍ତ ସାହୁ ସାଧାରଣ ସମ୍ପାଦକ |
ଦଶପଲ୍ଲା,05/09/2021: ରାଜ୍ୟ ବିଜୁ ଜନତା ଦଳର ଜିଲ୍ଲାସ୍ତରୀୟ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କ୍ରମରେ ନୟାଗଡ ଜିଲ୍ଲାରେ ଏହାର ପୁନର୍ଗଠିତ ହେଇଯାଇଛି । ରାଜ୍ୟ ବିଜେଡି ସୁପ୍ରିମୋଙ୍କ ଅନୁମୋଦନକ୍ରମେ ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଅନୁମୋଦନ କରିବା ସହିତ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଦଶପଲ୍ଲାର ଜଣାଶୁଣା ତଥା ପୁରୁଖା ସଂଗଠକ ବରିଷ୍ଠ ନେତା ପ୍ରଦୋଷ କୁମାର ଜେନା ଉପ-ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି । ଏଥି ସହିତ ଯୁବନେତା ବସନ୍ତ କୁମାର ସାହୁଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଯୁବ ନେତା ବସନ୍ତ ସାହୁ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଆଦିବାସୀ ବହୁଳ କୁଲୁରୁକୁମ୍ପା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ଵ ତୁଲାଇଥିଲେ । ପୁନଶ୍ଚ ୨୦୧୭ରୁ ଅଦ୍ୟାବଧି ସେହି ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରତିନିଧିତ୍ଵ କରିବା ସହ ଦଶପଲ୍ଲା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି । ସୂଚନା ଯୋଗ୍ୟ ଯୁବ ନେତା ବସନ୍ତ ବିଗତ ଦିନରେ ଦଶପଲ୍ଲା ବ୍ଲକ ତଥା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି । ନୟାଗଡ଼ ଜିଲ୍ଲାର ଏକମାତ୍ର ସୁଯୋଗ୍ୟ ମନ୍ତ୍ରୀ ତଥା ଡକ୍ଟର ଅରୁଣ ସାହୁଙ୍କ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ବସନ୍ତଙ୍କୁ ଦାୟିତ୍ଵ ମିଳିବା ପରେ ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଦଶପଲ୍ଲାର ବହୁ ପ୍ରମୁଖ ସଂଗଠନ ସହିତ ଦଶପଲ୍ଲା ବ୍ଲକ ଡିଜିଟାଲ ମିଡିଆ ସଂଘ ତରଫରୁ ପ୍ରଦୋଷ ଓ ବସନ୍ତ ଉଭୟଙ୍କୁ ସ୍ବାଗତ କରାଯାଇଛି ।
ଚର୍ଚ୍ଚିତ ଖବର :
More Stories
କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବ ସମାଜର ମହାସମାବେଶ !
5 ଶହ ଟଙ୍କା ଭତ୍ତା ଆଉ 5 କିଲୋ ଚାଉଳରେ ମାସ ସାରା ଚଳୁଛନ୍ତି ମାଆ ଓ ଝିଅ !
ନୟୀଗଡ଼ରେ ଚାଷୀଙ୍କ ପାଇଁ ଖୋଲିଲା ମଣ୍ଡି ।