ବଣୁଆ ହାତୀ ଦ୍ୱାରା ନଷ୍ଟ ହେଲା ଏକର ଏକର ଧାନ ଫସଲ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବଣୁଆ ହାତୀ ଦ୍ୱାରା ନଷ୍ଟ ହେଲା ଏକର ଏକର ଧାନ ଫସଲ !

Spread the love
ADVERTISEMENT
ADVERTISEMENT

ବଣୁଆ ହାତୀ ଦ୍ୱାରା ନଷ୍ଟ ହେଲା ଏକର ଏକର ଧାନ ଫସଲ !

ନୂଆଗାଁ : 27/08/2021(ରିପୋର୍ଟ : ନିରଞ୍ଜନ ସାହୁ): କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଭାଙ୍ଗି ପଡିଛି | ଗ୍ରାମାଞ୍ଚଳରେ ଚାଷବାସ କରି ଚଳୁଥିବା କୃଷକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପୁଣି ଏବେ ବାଧକ ସାଜିଛି ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ | ବଣୁଆ ହାତୀ ନଷ୍ଟ କରିଛନ୍ତି ଏକର ଏକର ଧାନ ଫସଲ |

ADVERTISEMENT

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମହିପୁ୍ରୁ ବନାଞ୍ଚଳ ଗୁମୀ ଫରେଷ୍ଟର ଅଧୀନରେ ଜାକେଡା ପଂଚାୟତର କେନ୍ଦୁବଣିଆ ଗ୍ରାମରେ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଛି ବଣୁଆ ହାତୀ | ଧାର କରଜକରି ଧାନଚାଷ କରିଥିବା ଜାକେଡା ପଂଚାୟତର କେଦୁବଣିଆ ଗ୍ରାମର କିଛି ଚାଷୀଙ୍କର ଗତରାତିରେ ଧାନଫସଲ ନଷ୍ଟ କରିଥୀବା ଦେଖିବାକୁ ମିଳୁଛି | ଫଳରେ ଚାଷୀଙ୍କ ମନ ଭାଂଗି ପଡିଥୀବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତା ଯୋଗୁଁ ଆଦିବାସୀଙ୍କ ମନରେ କିଛିଟା ସାନ୍ତନା ମିଳିଛି |

ଖବର ପାଇ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚାଷୀ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବାସହ ହାତିଙ୍କ ଗତିପଥ ଉପରେ ନଜର ରଖିବାକୁ ସମସ୍ତ ଷ୍ଟାଫ୍ ଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ବିଷୟରେ ମହିପୁରୁ ରେଂଜରଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଦାୟିତ୍ୱରେ ଥୀବାରୁ ସମ୍ପୂର୍ଣ ସମୟ ଦେଇପାରୁ ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହି ବନାଚଳ କାର୍ଯ୍ୟଳୟରେ ସ୍ଥାୟୀ ଅଧିକାରୀଙ୍କ ନିଯୁକ୍ତି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: