କୁଜାମେଣ୍ଢୀ ଆଶ୍ରମବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଲା ପୋଷାକ ବିତରଣ ଉତ୍ସବ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁଜାମେଣ୍ଢୀ ଆଶ୍ରମବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଲା ପୋଷାକ ବିତରଣ ଉତ୍ସବ |

Spread the love
ADVERTISEMENT
ADVERTISEMENT

କୁଜାମେଣ୍ଢୀ ଆଶ୍ରମବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଲା ପୋଷାକ ବିତରଣ ଉତ୍ସବ |

ଦଶପଲ୍ଲା: 26/08/2021 (ରିପୋର୍ଟ – ପ୍ରକାଶ କୁମାର ନାୟକ ) ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଜାମେଣ୍ଢି ଆଶ୍ରମ ବିଦ୍ୟାଳୟଠାରେ ଗୁରୁବାରଦିନ ପୋଷାକବିତରଣ ଉତ୍ସବ ଅନୁଷ୍ଠିତହୋଇଯାଇଛି | ଆୟୋଜିତ ଏକ ନିରାଡ଼ମ୍ବରସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ କଳ୍ପନା ରାଣୀ ନାୟକ, ଉପସଭାପତି ସଦାନନ୍ଦ ପ୍ରଧାନ ଏବଂ କମିଟିର ଅନ୍ୟ ସମସ୍ତ ମେମ୍ବରମାନେ ଯୋଗ ଦେଇଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ସମସ୍ତଙ୍କୁ ସ୍ୱାଗତକରି କହିଥିଲେ ଯେ, କରୋନା କେବଳ ଆମରାଜ୍ୟ ନୁହେଁ ସମଗ୍ର ବିଶ୍ୱର ବହୁ ଧନ , ଜୀବନ ନଷ୍ଟ କରିବା ସହ ବହୁ ଶିଶୁଙ୍କୁ ଅନାଥ କରିଦେଇଛି | ଏବେବି ଆମେ ସମ୍ପୂର୍ଣ ନିରାପଦ ନୁହନ୍ତି | ତେଣୁ ସତର୍କତାରସହ ଆମକୁ ସାମାଜିକଦୂରତା ରକ୍ଷା କରିବା ସଙ୍ଗେ ସଙ୍ଗେ ମାସ୍କପିନ୍ଧିବା ଏବଂ ହାତଧୋଇବା କଥାକୁ ଗୁରୁତ୍ୱଦେବାକୁ ଆବଶ୍ୟକ | ଏହି ଅବସରରେ 166 ଜଣ ଛାତ୍ର ଛାତ୍ରୀ ପ୍ରତ୍ୟେକଙ୍କୁ 2ହଳ ଲେଖାଏଁ ପୋଷାକ ଏବଂ ଏକ ହଳ ଲେଖା ଜୋତା , 2 ହଳ ମୋଜା ବଣ୍ଟନ କରାଯାଇଥିଲା | ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଅଭିଭାବକ , ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଏଥିରେ ଅନ୍ୟସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗକରିଥିଲେ |

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: