ମରାମତି ଅଭାବରୁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି 70ବର୍ଷର ବିରୁପାକ୍ଷ ମନ୍ଦିର !
ଦଶପଲ୍ଲା : 16/8/2021 (ରିପୋର୍ଟ -ପ୍ରକାଶ କୁମାର ନାୟକ ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣି ଗ୍ରାମରେ ବାବା ବିରୁପାକ୍ଷଙ୍କ ମନ୍ଦିର ଅବସ୍ଥିତ | ପ୍ରତ୍ୟେକ ବର୍ଷ ଏହି ମନ୍ଦିରରେ ଅଞ୍ଚଳର ଲୋକମାନଙ୍କୁ ନେଇ ଯାନିଯାତ୍ରା ବେଶ ଯାକଜମକରେ ପାଳନ କରାଯାଇଥାଏ |ହେଲେ ଦୀର୍ଘଦିନଧରି ବାବା ବିରୁପାକ୍ଷଙ୍କ ନିକଟରେ ନିଜର ମନସ୍କାମନା ପୂର୍ଣ୍ଣ ନିମନ୍ତେ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ଦେଖାଦେଇଛି | 1951 ମସିହାରେ ବଣି ଗ୍ରାମର ଜଣେ ମହାନବ୍ୟକ୍ତି ସ୍ୱର୍ଗତ ବୈଦ୍ୟନାଥ ନାୟକଙ୍କ ତତ୍ୱାବଧାନରେ ମଥୁରା ନିବାସୀ କାରିଗର ରଙ୍ଗନାଥ ମହାରଣାଙ୍କ ଦ୍ୱାରା ନିର୍ମିତ ମନ୍ଦିର ବହୁଦିନ ପୂର୍ବରୁ ମନ୍ଦିରର ଶୀର୍ଷକ ଭାଗ ଓ ଚର୍ତୁପାର୍ଶ୍ୱରେ ଥିବା ଚିତ୍ର କାରୁକାର୍ଯ୍ୟ ଗୁଡ଼ିକ ବିଜୁଳି ଶକ୍ତିର ଆଘାତ ଦ୍ୱାରା ମନ୍ଦିରର ବହୁ ଅଂଶ ଭାଙ୍ଗି ଯାଇଥିବା ଫଳରେ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଛି | ଯାହାଦ୍ୱାରା ମନ୍ଦିର ସୁରକ୍ଷିତ ନୁହେଁ | ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ପୂଜକ ଶିବରାମ ମହାପାତ୍ରଙ୍କ କହିବା ଅନୁସାରେ ମନ୍ଦିର ଚର୍ତୁପାର୍ଶ୍ଵରେ ଥିବା ପାଚେରୀ ଏବଂ ଠାକୁରଙ୍କ ପାଇଁ ଭୋଗ ତିଆରି କରାଯାଉ ଥିବା ଭୋଗଶାଳାଟି ମଧ୍ୟ ଭାଙ୍ଗି ପଡ଼ିଛି | ପୂଜକ ଶିବରାମ ମହାପାତ୍ର ମନ୍ଦିର ମରାମତି ପାଇଁ କିମ୍ବା ପୁନଃ ନିର୍ମାଣ ପାଇଁ ପ୍ରଶାସକ ଏବଂ ଅଞ୍ଚଳବାସୀଙ୍କୁ ବହୁବାର ଆପତ୍ତି କରିଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁନାହିଁ | ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମନ୍ଦିର ପୂଜକ ଶିବରାମ ମହାପାତ୍ର ନିବେଦନ କରିଛନ୍ତି |
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ