ଦଶପଲ୍ଲା ଅଞ୍ଚଳରେ ସାପ କାମୁଡାରେ ବ୍ୟକ୍ତିଙ୍କ ମୃତ |
ଦଶପଲ୍ଲା:- ( ନିଉଜ୍ ହେଡ୍ କଂ ରିପୋର୍ଟ ) ଦଶପଲ୍ଲା ମାଳ ଅଞ୍ଚଳରେ ଦିନକୁ ଦିନ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ବିଗତ ଦିନରେ ଦଶପଲ୍ଲା ପଶ୍ଚିମା୍ଚଳରେ ବହୁ ଲୋକ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ବରଣ କରୁଛନ୍ତି । ଆଜି ଏଭଲି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତ ଗୋପାଳପୁର ଗାଁ’ର ମଠ ସାହିରେ ପ୍ରାପ୍ତ ସୂଚନା ଅନୁସାରେ ୧୩ ତାରିଖ ରାତି ୧୧ ଘଟିକା ସମୟରେ ପୂର୍ଣ୍ଣଚନ୍ଦ୍ର ଜାନୀ (ପୁରୁଣା ପାନିଆ) ଘରେ ନିଜ ଝୁମ୍ପୁଡ଼ି ଘରେ ଶୋଇଥିବା ବେଳେ ଏକ ବିଷଧର ସାପ (ପାହାଡି ଚିତି) ପିନ୍ଧିଥିବା ଗଞ୍ଜି ଭିତରେ ପଶି ପିଠିକୁ କାମୁଡ଼ି ଦେଇଥିଲା । ସଙ୍ଗେ ସଙ୍ଗେ ପୂର୍ଣ୍ଣଚନ୍ଦ୍ର ସାପଟିକୁ ଗଞ୍ଜୀ ଭିତରୁ ବାହାର କରି ସାପଟିକୁ ମାରିଦେଇଥିଲେ । ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ୧୪/୦୮/୨୦୨୧ ରିଖ ସନ୍ଧ୍ୟା ୬ ଘଟିକା ସମୟ ରେ ମଠ ସାହି ସ୍ଥିତ ତାଙ୍କ ବାସଭବନରେ ମୃତ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା ।ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଅଞ୍ଚଳବାସି ଏକତ୍ରିତ ହେଇଥିଲେ | ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଜାନୀ ଜଣେ ମେଳାପି, ଭଦ୍ର, ନମ୍ର ସ୍ଵଭାବର ବ୍ୟକ୍ତି ହେଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …