ଗଣିଆରେ “ୟୁଥ୍ ଫର୍ ଆକ୍ସନ”ର ବିଭିନ୍ନ କାର୍ଯ୍ୟକ୍ରମ
ଗଣିଆ : 11/08/2021(ରିପୋର୍ଟ :ମାନସ ରଞ୍ଜନ ଦାଶ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡ଼ା ପଂଚାୟତର ଗୋପିବଲଭପୁର ଓ କଳାସିମିଳିର 40 ଜଣ ଯୁବକଙ୍କୁ ନେଇ “ୟୁଥ ଫର୍ ଆକ୍ସନ” ତରଫରୁ ମାସ୍କ ବଣ୍ଟନ, ମନ୍ଦିର ସଫେଇ,ବୃକ୍ଷ ରୋପଣ,ପୋଖରୀ ସଫେଇ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ପ୍ରଥମେ ସମସ୍ତଙ୍କୁ ମାସ୍କ୍ ବଣ୍ଟନକରି ମନ୍ଦିର ପରିସର ସଫାକରାଯିବା ସହିତ ସେହି ଗ୍ରାମର ପୋଖରୀ ଚାରିପଟ ମଧ୍ୟ ସଫା ହୋଇଥିଲା।
ପରେ ଗ୍ରାମର କିଛି ସ୍ଥାନରେ ଅଁଳା,ଲେମ୍ବୁ, ଶିମିଳି,ଆମ୍ବ ଭଳି ବୃକ୍ଷ ରୋପଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ “ୟୁଥ୍ ଫର୍ ଆକ୍ସନ”ର ନୟାଗଡ ଜିଲ୍ଲା ସଭାପତି ପରମେଶ୍ଵର ସାହୁ, ସାଧାରଣ ସମ୍ପାଦକ ଜୀବନ ଜ୍ୟୋତି ଘଡାଇ, ଉପସଭାପତି ଶୁଭାଶିଷ ମିଶ୍ର, ଯୁବ ସ୍ଵେଚ୍ଛାସେବୀ ପ୍ରୀୟବ୍ରତ ମିଶ୍ର, ମଳୟ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହା ଅନ୍ୟ ଯୁବ ପିଢ଼ିଙ୍କୁ ଏକ ନିଆରା ପ୍ରେରଣା ଦେବବୋଲି ଆଶା କରାଯାଇଥିଲା।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |