ଦଶପଲ୍ଲା କୁଆଁରିଆ ଠାରେ ଅନୁଷ୍ଠିତ ହେଲା, ବିଜେଡି କର୍ମକର୍ତ୍ତା ସମ୍ମିଳନୀ
ଦଶପଲ୍ଲା : 11/08/2021(ନିୟୁଜ ହେଡ଼): ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଠାରେ ଆଜି ଦିବା 1ଘଟିକା ସମୟରେ ,ଦଶପଲ୍ଲା ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି, ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ,ଦଶପଲ୍ଲା ଏନ୍ ଏ ସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଶହଶହ ବିଜେଡି କର୍ମୀ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଆଜିର ଏହି କର୍ମକର୍ତ୍ତା ସମ୍ମିଳନୀରେ, ଆଗାମୀ ପଂଚାୟତ ଓ ଏନ୍ ଏ ସି ନିର୍ବାଚନକୁ ଆଖିଆଗରେ ରଖି, କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଓଡ଼ିଶାର ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ଯୋଗୁଁ ଘରେ ଘରେ ବିଜେଡିର ଲୋକପ୍ରିୟତା ବହୁଗୁଣିତ ହୋଇଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …