NK NEWS ODISHA

News agency Odisha

ବସୁନ୍ଧରା ଯୋଜନାର ବିକଳ ଚିତ୍ର : ପାନୀୟ ଜଳ ପାଇଁ ଚୁଆ ହିଁ ଏକମାତ୍ର ଭରଷା |

Spread the love

ବସୁନ୍ଧରା ଯୋଜନାର ବିକଳ ଚିତ୍ର : ପାନୀୟ ଜଳ ପାଇଁ ଚୁଆ ହିଁ ଏକମାତ୍ର ଭରଷା |

ନୂଆଗାଁ : 08/08/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ପାଇଁ ବସୁନ୍ଧରା ଯୋଜନା ତ୍ୱରାନ୍ୱିତ କରୁଛନ୍ତି | କାରଣ ଏହା ହେଉଛି ଲୋକମାନଙ୍କର ମୌଳିକ ଆବଶ୍ୟକତା | ସେଥିପାଇଁ ଗାଁ ଗାଁ ରେ ପ୍ରତିଷ୍ଠା ହେଉଛି ପାନୀୟ ଜଳ ପ୍ରକଳ୍ପ | କିନ୍ତୁ ତାର କାର୍ଯ୍ୟକାରିତାକୁ ଭୁଲି ଯାଉଛି ବିଭାଗ | ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କରି ତିଆରି ହୋଇଥିବା ପାନୀୟ ପ୍ରକଳ୍ପ ଅଧାରେ ଅଟକି ରହୁଛି | ସେଥିପାଇଁ ନା ଅଛି ବିଭାଗର ଆଗ୍ରହ, ନା କୌଣସି ଜନ ପ୍ରତିନିଧିଙ୍କର | ଯୋଜନା ପରେ ଯୋଜନା ତେବେ କାହାପାଇଁ?


ଏମିତି ଏକ ଗାଁ’କୁ ଦେଖୀଲେ ଜଣାପଡ଼ୁଛି ଯେ, କେତେ ଦୁର ସଫଳ ହୋଇଛି ପାନୀୟ ଯୋଜନା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଂଚାୟତର ସୁଣ୍ଢିଝୋଲା ଗାଁ’ରେ 500ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ନଳକୂପ ପାଣି ପିଇବା ଉପଯୋଗି ନାହିଁ | ସରକାର ତିନୋଟି ଟାଙ୍କି ସହ ଟ୍ୟାପ, ପାଇପ ଲାଇନ ପ୍ରସ୍ତୁତି ସରିଛି | କିନ୍ତୁ ଦୁଇ ବର୍ଷ ହେବ କାମ ସରିଥିବା ବେଳେ ପାଣି ପାଇବାରୁ ନାହାନ୍ତି ଗ୍ରାମବାସୀ । ସେମାନଙ୍କ ସାହା କେବଳ ଡାହୁକା ନଦୀ | ଗ୍ରାମବାସୀ ଚୁଆ କରି ଦୂଷିତ ପାଣି ପିଉଛନ୍ତି | ଫଳରେ ଅନେକ ଲୋକ ବିଭିନ୍ନ ସମୟରେ ରୋଗରେ ପଡୁଛନ୍ତି । ଏହି ବିଷୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଜେଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ କୌଣସି ଉତ୍ତର ମିଳୁନି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦା ଅଭିଯୋଗ କରିଛନ୍ତି ।

%d