ବନପାଳ କଂ କାର୍ଯ୍ୟାଳୟ ଓ ବାସଗୃହ ଉଦ୍ଘାଟିତ
ବାଣିଗୋଛା : – ( ସୁବାଷ ଚନ୍ଦ୍ର ବାରିକ୍ କଂ ରିପୋର୍ଟ ) ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବନାଞ୍ଚଳ ଅଧୀନ ବାଣିଗୋଛା ସେକ୍ସନ , ବନପାଳ ଙ୍କ ବାସଗୃହ ଓ କାର୍ଯ୍ୟାଳୟ କୋଭିଡି ଗାଇଡଲାଇନ ଅନୁପାଳନ ପୂର୍ବକ ଉଦ୍ଘାଟିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଉଦ୍ଘାଟକ ଭାବେ ଯୋଗଦେବାପାଇଁ ସ୍ଥିରୀକୃତ ହେଇଥିଲେ ମଧ୍ୟ ଜରୁରୀ ସରକାରୀ କାର୍ଯ୍ୟ ଯୋଗୁଁ ସେ ଆସିପାରି ନଥିଲେ । ତେଣୁ ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍ ମଳିକ ଉଦ୍ଘାଟନ କାର୍ଯ୍ୟ ତୁଲାଇଥିଲେ । ବନପାଳ ଜଗନ୍ନାଥ ବେହେରା, ବନାଂଚଳ ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ସମସ୍ତ ଅତିଥି ମାନଂକୁ ମଧ୍ୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନିଜ ବାସଗୃହ ଓ କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ | ବନାଂଚଳ ଅଧିକାରୀ ମହୋଦୟ ଙ୍କ ଦ୍ୱାରା ଉଦ୍ଘାଟନ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା ଏବଂ ବନପାଳ ଜଗନ୍ନାଥ ବେହେରା , ଉପସ୍ଥିତ ସମସ୍ତ ଅତିଥି ତଥା କର୍ମଚାରୀ ମାନକଂ ସହିତ ଗୃହପ୍ରବେଶ କରିଥିଲେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …