ଲଣ୍ଡା ପଡ଼ିଆକୁ ଜଙ୍ଗଲରେ ପରିଣତ କଲେ ବନପାଳ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଲଣ୍ଡା ପଡ଼ିଆକୁ ଜଙ୍ଗଲରେ ପରିଣତ କଲେ ବନପାଳ

Spread the love
ADVERTISEMENT
ADVERTISEMENT

ନୂଆଗାଁ : 06/07/2021(ରିପୋର୍ଟ :ନିରଞ୍ଜନ ସାହୁ): ଜଙ୍ଗଲ
କୁ ଭଲପାଉଥିବା ଗଛଲତାକୁ ଅତିନିକଟରୁ ଦେଖି ଖୁସି ହେଉଥିବା ନୟାଗଡ଼ ଜିଲ୍ଲା ବନବିଭାଗ ଅଧିକାରୀଙ୍କ ଜଙ୍ଗଲ ଭ୍ରମଣ | ଆଜି ଡିମ୍ବିରି ପଲ୍ଲୀ ରାସ୍ତାରେ ଡିଏଫ ଙ୍କ ଗାଡ଼ିକୁ ଦେଖି ଆମ ନିଉଜ ପ୍ରତିନିଧି ଜଙ୍ଗଲ ଭିତରକୁ ଗଲା ବେଳେ ଦେଖଲେ ଡିଏଫଓ ଙ୍କ ସହିତ ମହିପୁରୁ ରେଂଜର ସୁଶାନ୍ତ କୁମାର ଶ୍ୱଇ, ଫରେଷ୍ଟର ବନମାଳୀ ରାଉତ ଏବଂ ଯୋଗେନ୍ଦ୍ର ଶ୍ୱଇ ବୁଲିବା ସହିତ ଏହି ଗୋଡିବଣରେ କିପରି ସବୁଜ ବଳୟ ହୋଇପାରିବ, ପାଣି କିପରି ରହିବ ସେ ବିଷୟରେ ନିଜ କର୍ମଚାରୀଙ୍କୁ ବୁଝେଇବା ସହିତ ବୁଲି ଦେଖିଥିଲେ ।

ADVERTISEMENT


ଆମ ପ୍ରତିନିଧିଙ୍କୁ ଜଙ୍ଗଲ ଭିତରେ ଦେଖି ଡିଏଫଓ ଖୁସି ହୋଇଥିଲେ କିନ୍ତୁ ଡିଏଫଙ୍କ ଜଙ୍ଗଲକୁ ଏତେ ମାତ୍ରାରେ ଭଲପାଇବା ସହ ଛୋଟ ଛୋଟ ଗଛକୁ ଧରି ସ୍ନେହ କରୁଥିବା ବେଳେ ଗୋଟାଏ ଗଛ ଯେମିତି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଜଗୁଆଳୀଙ୍କୁ କହିଛନ୍ତି । ଡିଏଫଓ ଙ୍କ ଜଙ୍ଗଲ ପ୍ରତି ଏତେ ଭଲପାଇବା ଆମ ପ୍ରତିନିଧି ଅନୁଭବ କରିଥିଲେ । ଡିଏଫଓ ଙ୍କ କହିବା କଥା, ଏ ଅଞ୍ଚଳର ମାଟି ଗୋଡ଼ିଆ ସହ ଗଡାଣିଆ |

ସେଟଲାଇଟ ଚିତ୍ର ରୁ ଦେଖୀ ଆରମ୍ଭ ହୋଇଥିଲା ଗଛ ଲଗାଇବା ଅଭିଯାନ | ଏହା ସହିତ ଗଛକୁ ବଞ୍ଚେଇବାର ପ୍ରୟାସ ପାଇଁ ପାଣି ରହିବା ବିଭିନ୍ନ ଯାଗାରେ ପଥର ବନ୍ଧ ସହ 4000ରୁ ଉର୍ଦ୍ଧ ଗାତ କରାଯାଇଛି | ଏଥିରେ ନିମ୍ବ, ଜାମ୍ବୁ, ଖଇର, କରଞ୍ଜ ଭଳି ଔଷଧୀୟ ଗଛ ଲଗାଯାଇଛି | ଏହା ଏକ ବର୍ଷ ହୋଇଥିବା ବେଳେ ଆଉ ଦୁଇବର୍ଷ ଏହାର ଦାଇତ୍ୱ ନିଆଯିବ | ଫଳରେ ଏହି ଲଣ୍ଡା ପଡ଼ିଆରେ ସବୁଜିମା ଭରା ଜଙ୍ଗଲ ହୋଇପାରିବ । ଏହି ଦାଇତ୍ବରେ ଥିବା ଫରେଷ୍ଟର ବନମାଳୀ ରାଉତଙ୍କ ସଚ୍ଚୋଟତା ଓ ନିଃସ୍ୱାର୍ଥପର କାର୍ଯ୍ୟ କୁ ଅନୁଭବ କରି ବିଶ୍ଵାସର ସହିତ କାମକର,
ମୋର ସାହାଯ୍ୟ ରହିଛି ବୋଲି କହିଛନ୍ତି ଡିଏଫ ଏଚ ଡି ଧନରାଜ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: