ନୟାଗଡ : 05/08/2022(ବ୍ୟୁରୋ): ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ଏକ ମାରାଥନ ସେବା କାର୍ଯ୍ୟକ୍ରମ କରା ଯାଇଛି। ଆଜି ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ପ୍ରତି ମାସ ଭଳି ଏ ମାସରେ ମଧ୍ୟ ଗୁଣ୍ଠୁଣୀର ଦିବ୍ୟାଙ୍ଗ ସନ୍ତୋଷ ଓ ତାର ବିଧମା ମା’ ପାଖରେ ମାସକର ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲେ। କହିଦେଇଥାଉ କି ସନ୍ତୋଷର ବାପା କାଶ୍ମୀରରେ ଦଶ ବର୍ଷ ତଳୁ ବିଦ୍ୟୁତ ଆଘାତ ପାଇ ମୃତ୍ୟୁ ବରଣ କରିଛନ୍ତି। ସେତେବେଳେ ଅର୍ଥ ଅଭାବରୁ ମର ଶରୀର ମଧ୍ୟ ଗାଁକୁ ଆସି ପାରିନଥିଲା। ଏବେ ସନ୍ତୋଷ 4 ବର୍ଷ ହେବ ସ୍ନାୟୁ ଜନିତ ରୋଗରେ ପୀଡ଼ିତ, ଚିକିତ୍ସା ପାଇଁ ଲକ୍ଷାଧିକ ଅର୍ଥର ଆବଶ୍ୟକ। ଯାହା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଖାଇବା ପାଇଁ ଅସୁବିଧା ଭୋଗୁଥିବା ସନ୍ତୋଷର ପରିବାରକୁ ଅନନ୍ୟା ଫାଉଣ୍ଡେସନ ପ୍ରତି ମାସରେ ରାସନ ପହଂଚାଉଛି।
ପରେ ପରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଇଟାମାଟି ବଜାର ଓ ଥାନାରେ 500 ମାସ୍କ ବଣ୍ଟା ଯାଇଥିଲା। କରୋନାର ଭୟାବହ ଏବେ ମଧ୍ୟ ନ ଯାଇଥିବା ବେଳେ ଆମେ ତୃତୀୟ ଲହର ଆଡ଼କୁ ମୁହାଁଉଛେ, ଏ ବିଷୟରେ ସ୍ଥାନୀୟ ଜନତାଙ୍କୁ ସଚେତନ କରା ଯାଇଥିଲା।
ପରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ପହଞ୍ଚିଥିଲେ ପଣ୍ଡୁସର ଗ୍ରାମରେ। ଅନନ୍ୟା ଫାଉଣ୍ଡେସନକୁ ସୂଚନା ମିଳିଥିଲା କି ପଣ୍ଡୁସର ଗ୍ରାମରେ ଦୁଇ ଜଣ ଛୋଟ ପିଲା ବାପାମାଙ୍କୁ ହରେଇ ଦୁର୍ଦ୍ଦଶା ଭିତରେ ଅଛନ୍ତି। ସେମାନଙ୍କୁ ଅନନ୍ୟା ଫାଉଣ୍ଡେସନ ତରଫରୁ କିଛି ଆର୍ଥିକ ସହାୟତା ଦିଆ ଯାଇଥିଲା ଓ ଖୁବ ଶୀଘ୍ର ସେମାନଙ୍କ ପଢ଼ା ଦାୟିତ୍ୱ ଓ ଚଳିବାର ବ୍ୟବସ୍ଥା କରାଯିବ ବୋଲି କୁହା ଯାଇଥିଲା। ସୂଚନାଯୋଗ୍ୟ ଯେ ପଣ୍ଡୁସରର ଏ ଦୁଇ ଜଣ ପିଲାଙ୍କ ମା ୯ ବର୍ଷ ତଳୁ ଉଦର ଜନିତ ସମସ୍ୟାରେ ଆର ପାରିକୁ ଚାଲି ଯାଇଛନ୍ତି। ଗତ ଅଗଷ୍ଟ ୧ ତାରିଖରେ ବାପା ଶ୍ଵାସ ଜନିତ ରୋଗରେ ଚାଲି ଯାଇଛନ୍ତି। ଉଭୟ ପିତା ମାତାଙ୍କୁ ହରାଇ ଭାଈ ଭଉଣୀ ଏବେ ବେସାହାରା ହୋଇ ଯାଇଛନ୍ତି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …