ପରିବେଶ ସ୍ୱଚ୍ଛ କରିବା ସହିତ ବୃକ୍ଷ ରୋପଣ କଲେ ସାମାଜିକ ସଂଗଠନ “ୟୁଥ ଫର ଆକ୍ସନ” ର ସ୍ବେଛାସେବୀ |
ନୟାଗଡ଼: 05/08/2021(ବ୍ୟୁରୋ): ଆଜି ତା 5/8/2021 ରିଖ ଗୁରବାର ଦିବା 10ଘଟିକାରୁ ଏକ ବଡ଼ ଧରଣର ବୃକ୍ଷ ରୋପଣ ତଥା ସ୍ୱଛ ଭାରତ କାର୍ଯ୍ୟକ୍ରମ ହୋଇ ଯାଇଛି | ନୂତନ ଭାବରେ ନୟାଗଡ଼ ଜିଲ୍ଲାରେ ଗଠନ ହୋଇଥିବା “ୟୁଥ ଫର ଆକ୍ସନ” ସାମାଜିକ ସଂଗଠନର ଯୁବକମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ୱଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶୈବ ପୀଠରେ ବିଭିନ୍ନ ପ୍ରକାର ଗଛ ଲଗାଇଥିବା ସହିତ ପରିବେଶକୁ ସମ୍ପୂର୍ଣ ସ୍ଵଛ କରିଥିଲେ |
ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ତଥା ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ନିଜର ବାର୍ତାରେ କହିଥିଲେ | ଏହି କାମକୁ ଆଗକୁ ବଢାଇବା ସହିତ ଦିନ ହୀନ ଗରିବ ଲୋକଙ୍କ ସେବାରେ ପ୍ରତି ମୁହୂର୍ତରେ ଛିଡ଼ାହବା ଆମର କର୍ତ୍ତବ୍ୟ l ଏଥିରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ଖୁଣ୍ଟିଆ ସାଧାରଣ ସମ୍ପାଦକ ଜୀବନ ଘଡ଼ାଇ, ସୁଜିତ ମନୋହର ଦାସ ପ୍ରମୁଖ ଉପସ୍ଥିତ ରହିବା ସହିତ ରଘୁନାଥ ଜୀଉ ସ୍ବଛ ପରିବେଶ ଗ୍ରୁପ ସଭାପତି ଅପୁରୀ ପ୍ରଧାନ, ସମ୍ପାଦକ -ଜୟନ୍ତୀ ପ୍ରଧାନ, ପାର୍ବତୀ ପ୍ରଧାନ, ଶାନ୍ତିଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |