NK NEWS ODISHA

News agency Odisha

ଦଶପଲ୍ଲା ବିଧାୟକଙ୍କ ମାରାଥନ ଉଦଘାଟନ କାର୍ଯ୍ୟରୁ ବାଦ ପଡୁଛି ଓଡ଼ିଆ ବୁଢ଼ାପଦର ଗ୍ରାମ ସଡ଼କ |

Spread the love

ଦଶପଲ୍ଲା : 05/08/2021(ରିପୋର୍ଟ : କ୍ଷୀରୋଦ ଚନ୍ଦ୍ର ପ୍ରଧାନ): ଚାରି ଚାରି ଜଣ ବିଧାୟକ ଅମଳରୁ ଏମିତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ବୁଢ଼ାପଦର ଗ୍ରାମ ସଡ଼କ | ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଉପରେ ବହୁ ଆଶା କରିଥିଲେ ଅଞ୍ଚଳବାସୀ | ହେଲେ ବର୍ଷ ବର୍ଷ ବିତିଯାଇଥିଲେ ବି ବିଧାୟକଙ୍କ ଅଣଦେଖା ଜନସାଧାରଣଙ୍କୁ ଦୁଃଖୀ କରିଦେଇଛି | ଆଜିକାଲିର ମିଛ ପ୍ରତିଶୃତିରେ ଅଟକି ରହିଛି ବୁଢ଼ାପଦର ରାସ୍ତାର ନବ କଳେବର | ଏ ବିଷୟରେ ଆମେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲୁ, କିନ୍ତୁ ଯୋଗାଯୋଗ ହୋଇପାରନି | ଶୁଣାଯାଉଛି କି ବିଧାୟକ କେବଳ ସେଭିଙ୍ଗ ଥିବା ମୋବାଇଲ ନଂ. ର କଲ ରିସିଭ କରୁଛନ୍ତି | ହେଲେ ସାଧାରଣ ଜନତାଙ୍କ ପ୍ରତିନିଧି ହୋଇ ସାଧାରଣଲୋକଙ୍କ ସମସ୍ୟା ଦୂର କରିବାପାଇଁ ଯେତେବେଳେ ଲୋକମାନେ ଯୋଗାଯୋଗ କରୁଛନ୍ତି, ସେତେବେଳେ ବିଧାୟକଙ୍କ ସହିତ ଯୋଗାଯୋଗ ହୋଇପାରୁନି |

ସୂଚନା ଅନୁସାରେ ଏହି ରାସ୍ତାରେ ପାଖାପାଖି 7/8 ଖଣ୍ଡର ଜନସାଧାରଣ ନିର୍ଭର କରନ୍ତି | ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ, ତାହା ଦେଖିବାକୁ ବାକି ରହିଲା |

%d