ସାନିଟାଇଜ୍ ହେଲା ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା : 04/08/2021(ନିୟୁଜ ହେଡ଼): ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ୍ ବୁଗୁଡା ଠାରେ ସ୍ଥାପିତ ହୋଇଥିବା ସର୍ବ ବୃହତ୍ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ପରିସରକୁ ଆଜି ସକାଳ ୭ ଘଟିକା ସମୟରେ, ଦଶପଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ସାନିଟାଇଜ୍ କରାଯାଇଛି । ପ୍ରକାଶ ଥାଉକି ବିଗତ ଦିନରେ ବିଦ୍ୟାଳୟ ପରିସରରୁ ଜଣେ ଶିକ୍ଷୟତ୍ରୀ ଓ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସରକାର ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ନିଷ୍ପତ୍ତି ନେବାପରେ, ସଠିକ୍ ଭାବରେ କରୋନା ପରିକ୍ଷଣ ଓ କରୋନା କଟକଣା କୁ ସଠିକ୍ ଭାବରେ ପାଳନ ନ କରିବା ଯୋଗୁଁ ଏପରି ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |