ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା , ବନ୍ଦ ହେଲା ଟୀକାକରଣ !
ଦଶପଲ୍ଲା :04/08/2021(ରିପୋର୍ଟ : ପ୍ରକାଶ କୁମାର ନାୟକ): ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ କୁଜାମେଣ୍ଢି ଗ୍ରାମପଂଚାୟତର ଆମ୍ବଲିମ୍ବା ( ଜାନିସାହି ) ଅଂଗନଓ୍ବାଡି କେନ୍ଦ୍ର ଠାରେ , ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ମାସିକ ଟିକାକରଣ କାର୍ଯ୍ୟକ୍ରମ ଥିବାବେଳେ , ହୋଇପାରିଲାନାହିଁ ଟିକାକରଣ , ଘଣ୍ଟା ଘଣ୍ଟା ଧରି ଖରାରେ ଠିଆହେଲେ 30 ରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତୀ ।
ପ୍ରାପ୍ତ ସୂଚନା ଅନୁସାରେ ଆମ୍ବଲିମ୍ବା ଅଂଗନଓ୍ବାଡି କର୍ମୀ ଗାଁ କଲ୍ୟାଣ ସମିତି ର କରୋନା ସଚେତନତା ଓ ମାସ୍କ, ସାନିଟାଇଜର ବଣ୍ଟନ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗରେ ଗ୍ରାମବାସୀମାନେ ଅଂଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଥିଲେ । କିନ୍ତୁ ଆଜି ମାସର ପ୍ରଥମ ବୁଧବାର ହୋଇଥିବାରୁ କୁଜାମେଣ୍ଢି ମହିଳା ସ୍ବାସ୍ଥ୍ୟ କର୍ମୀ ସମୃକ୍ତ ଟିକାକରଣ କେନ୍ଦ୍ରରେ ପହଞ୍ଚି ଅଂଗନଓ୍ବାଡି କେନ୍ଦ୍ର ବନ୍ଦ ଥିବା ଦେଖିବା ପରେ ,ଉଚ୍ଚ ପଦସ୍ତ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ବାଣିଗୋଛା ଥାନା ଏ ଏସ୍ ଆଇ ଶ୍ରୀ ସୁବୁଦ୍ଧିଙ୍କ ହସ୍ତକ୍ଷେପ ପରେ ଅଂଗନଓ୍ବାଡି କେନ୍ଦ୍ର ବାହାରେ ଟିକାକରଣ ହୋଇଥିଲା ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …