NK NEWS ODISHA

News agency Odisha

ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

Spread the love

ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ : 03/08/2022: ( ନୟାଗଡ଼ ରୁ ନିଉଜ୍ ହେଡଙ୍କ ରିପୋର୍ଟ )ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କନଫରେନ୍ସ ହଲରେ ଡେଙ୍ଗୁ ସଚେତନତା ପ୍ରସଙ୍ଗ ଉପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ବାରା ଆୟୋଜିତ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ପୈାରହିତ୍ୟରେ ବି ପି ଏମ ତୁଷାର ରଞ୍ଜନ ସାହୁ , ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଗଣିଆ ମଣ୍ଡଳଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହି ରୋଗର ବାହକ ଭୂତାଣୁ ବିଷୟରେ ସୂଚନା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ସ୍ତରରେ କିପରି ସଚେତନତା ମାଧ୍ୟମରେ ରୋଗରୁ ସୁରକ୍ଷା ମିଳିପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।

%d