ବିଧାୟକଙ୍କ ମାରାଥନ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ତଦାରଖ
ନୟାଗଡ଼ : – ( ନୟାଗଡ଼ ରୁ ନିଉଜ୍ ହେଡ୍ ଙ୍କ ରିପୋର୍ଟ ) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସେବା କରିବାର ଇଛାଶକ୍ତି ଆଗରେ, ଆଉ ସବୁକିଛି ତୁଛ । ତାହା କଥାରେ ନାହିଁ କାମରେ କରିଚାଲିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଗତ କିଛିଦିନ ଧରି ନିରବଛିନ୍ନ ଭାବରେ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗ୍ରାମପଂଚାୟତ ର ଗ୍ରାମଗୁଡିକୁ ମାରାଥନ୍ ଗସ୍ତକରି ଜନସାଧାରଣଙ୍କ ସୁଖ ଦୁଃଖ ରେ ଭାଗିହେବା ସହିତ , ମାସ୍କ, ସାନିଟାଇଜର ବଣ୍ଟନ କରିଥିଲେ ।
ଏହିକ୍ରମରେ ଦଶପଲ୍ଲା ବ୍ଲକ ଟାକରା ଗ୍ରାମପାୟତର ବୁଗୁଡା, ବୁଗୁଡା କଲୋନୀ, ଚିଲିପଥର ସମେତ ତୁମାଣ୍ଡି ଗ୍ରାମପାୟତର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କ ର ଭଲମନ୍ଦ ବୁଝିଥିଲେ । ଟାକରା ଯୁବକ ସଂଘ ଗୃହ ନିର୍ମାଣ ଓ ତୁମାଣ୍ଡି କମ୍ୟୁନିଟି ସେଣ୍ଟର ନିର୍ମାଣ କୁ ତ୍ବରାନ୍ବିତ କରିବାପାଇଁ ବିଧାୟକ କଥା ଦେଇଥିଲେ ।ବିଧାୟକ ମହୋଦୟ ଗସ୍ତ ସମୟରେ ତୁମାଣ୍ଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନକଂ ସହିତ ବାର୍ତ୍ତଳାପ ମାଧ୍ୟମରେ କରୋନା ସଚେତନତା କରାଇଥିଲେ ।
ବିଧାୟକଙ୍କ ଏହି ମାରାଥନ୍ ଗସ୍ତ ଓ ଉନ୍ନୟନ ସମୀକ୍ଷା କାର୍ଯ୍ୟକ୍ରମରେ ଅଗ୍ରଣୀ ଯୁବନେତା ତଥା ଦଶପଲ୍ଲା ପଂଚାୟତ ସମିତି ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, କମଳାକାନ୍ତ ଷଡ଼ଙ୍ଗୀ ( ଠୁକୁଲି ଭାଇନା ), ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ଦଳୀୟ କର୍ମୀ ଯୋଗ ଦେଇଥିଲେ । ତତ୍ ସହିତ ବିଧାୟକ ମହୋଦୟ ଭୋଗବାଡି ଓ ଡିହଗାଁ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତକରି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ।
ଆଜି ମହିପୁରୁ ଉଚ୍ଚ ବିଦ୍ୟାଳୟ ଏବଂ ନୂଆଗାଁ ବ୍ଳକର ଡିଜିଟାଲ ବିଦ୍ୟାଳୟ ଭାବେ ଜନଶକ୍ତି ନୋଡାଲ ବିଦ୍ୟାଳୟ ଚାହାଳିରେ 60 ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା କାର୍ଯ୍ୟ ନିଜେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ବୁଲି ଦେଖିବା ସହିତ ଶୀଘ୍ର କାମ ସାରିବା ପାଇଁ
ନିର୍ଦେଶ ଦେଇଥିଲେ ।
ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବିଡ଼ିଓ ପ୍ରମୋଦ କୁମାର ନାୟକ ଓ ଆସିଷ୍ଟାଣ୍ଟ ଇଂଜିନିୟର ଜ୍ଞାନେନ୍ଦ୍ର ପାଢୀ ଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତିଙ୍କର ଏହି ମାରାଥନ୍ ଗସ୍ତକୁ ସର୍ବସାଧାରଣ ସ୍ବାଗତ କରୁଥିଲାବେଳେ ବିରୋଧୀଙ୍କ ଦୃଦ୍ କମ୍ପ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |