ସମାଜ ସେବୀ ଶ୍ରୀହରି ନାୟକଙ୍କ ଉଦ୍ୟମରେ ନିର୍ମିତ ହେଲା ଶନିଦେବଙ୍କ ମନ୍ଦିର
ନୟାଗଡ଼ :03/08/2021:( ନୟାଗଡ଼ ରୁ ନିଉଜ୍ ହେଡ୍ ଙ୍କ ରିପୋର୍ଟ ) ଦଶପଲ୍ଲା ପଶ୍ଚିମାଞ୍ଚଳର ବିଶିଷ୍ଠ ସମାଜସେବୀ , ଶ୍ରୀହରି ନାୟକଙ୍କ ବ୍ୟକ୍ତିଗତ ଉଦ୍ୟମରେ ଟାକରା ଗ୍ରାମ ପଂଚାୟତର ଗୋପାଳପୁର ଗ୍ରାମରେ ନିର୍ମିତ ହେଲା ଶନିଦେବଙ୍କ ମନ୍ଦିର । ଏହି ମନ୍ଦିରଟି ବହୁବର୍ଷ ଧରି ଅର୍ଧନିର୍ମିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିବାବେଳେ , ଗୋପାଳପୁର ଗ୍ରାମର ଜଗବଂଧୁ ଆଚାର୍ଯ୍ୟ, ହରିହର ନାଏକ ,ଅନ୍ତର୍ଯ୍ୟାମୀ ପରିଡା ଓ ମନ୍ଦିରର ପୂଜକ ପଣ୍ଡିତ ମନମୋହନ ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ , ସମାଜ ସେବୀ ଶ୍ରୀ ନାୟକ ଏହି ମନ୍ଦିରର ସଂପୂର୍ଣ୍ଣ ନିର୍ମାଣ ନିଜ ହାତକୁ ନେଇ,ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲେ । ଖୁବ୍ ଶିଘ୍ର ମନ୍ଦିରର ରତ୍ନମୁଦ କାର୍ଯ୍ୟ ସମାପନ ହେବବୋଲି ମନ୍ଦିର କମିଟି ସୁତ୍ରରୁ ଜଣାପଡିଛି ।
ପ୍ରକାଶ ଥାଉକି ସମାଜ ସେବୀ ଶ୍ରୀ ନାୟକ ଅନେକ ମନ୍ଦିର ନିର୍ମାଣ କରିବା ସହିତ , ବହୁ ମଠ ଓ ମନ୍ଦିରର ପୃଷ୍ଠପୋଷକତା କରିଆସୁଛନ୍ତି । ସମାଜ ସେବୀ ଶ୍ରୀ ନାୟକକଂ ଏଭଳି ମହାନ ତଥା ଧାର୍ମିକ କାର୍ଯ୍ୟ କୁ ଶ୍ରୀ ଶ୍ରୀ ଶନିଦେବ ପୂଜା କମିଟି,ଗୋପାଳପୁର ତରଫରୁ ସାଧୁବାଦ୍ ଜଣାଇବା ସଂଗେ ସଂଗେ ତାଙ୍କର ସୁସ୍ଥ ,ନିରାମୟ ଦୀର୍ଘ ଜୀବନ କାମନା କରିବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …