ଵୃଦ୍ଧାଶ୍ରମରେ ପାଳିଲେ ପୁଅର ଜନ୍ମଦିନ !
ନୟାଗଡ଼ : 07/07/2021(ବ୍ୟୁରୋ): ନିଆରା ଢ଼ଙ୍ଗରେ ନିଜ ପୁଅ ସାଈ ଶୁଭଙ୍କରର ଜନ୍ମ ଦିନ ପାଳିଲେ “ଅନନ୍ୟା ଫାଉଣ୍ଡେସନ”ର ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ପ୍ରଧାନ। ଆଜି ସନ୍ତୋଷ କୁମାର ପ୍ରଧାନଙ୍କ ପୁତ୍ର ସାଈ ଶୁଭଙ୍କରର ଜନ୍ମ ଦିନ ଥିଲା। କିନ୍ତୁ ସେ କେକ୍ କାଟି ପାର୍ଟି ନଦେଇ, ଜନ୍ମ ଦିନ ପାଳିଥିଲେ ବୃଦ୍ଧାଶ୍ରମରେ।
ସକାଳୁ ନିଜ ପୁଅକୁ ମନ୍ଦିରକୁ ନେଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସୁନାଖଳା ସ୍ଥିତ ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀଙ୍କ ପାଇଁ କିଛି ରନ୍ଧା ଖାଦ୍ୟର ଆୟୋଜନ କରି ପୁଅର ଜନ୍ମ ଦିନ ପାଳିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ଅନନ୍ୟା ଫାଉଣ୍ଡେସନ ଅଧ୍ୟକ୍ଷଙ୍କ ତରଫରୁ ସନ୍ତୋଷଙ୍କୁ ଧନ୍ୟବାଦ ଜଣା ଯାଇଛି।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …