ବାହାଡ଼ାଝୋଲା ସେବା ସମବାୟ ସମିତି ପାଇଁ ବିଭାଗୀୟ ଅଧିକାରୀଙ୍କ ଅବହେଳା : ସରକାରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଶହ ଶହ ଚାଷୀ !
ବାହାଡାଝୋଲା : 02/08/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଗ୍ରାମାଂଚଳ ଚାଷୀ ମାନଙ୍କ ବିକାଶ ପାଇଁ ସମ୍ପୁର୍ଣ୍ଣ ଭାବେ ଦାୟିତ୍ଵ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ହେଇଥିବା ସେବା ସମବାୟ ସମିତି | ହେଲେ ଦୀପତଳ ଅନ୍ଧାର ଭଳି ମନେହେଉଛି ବାହାଡ଼ା ଝୋଲା ସେବା ସମବାୟ ସମିତି । ଦିନଥିଲା ନୟାଗଡ଼ ଜିଲ୍ଲାରେ ଭଲ କାମ ସହ ଲୋକଙ୍କ ପାଖରେ ସେବା ଦେବାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା | ସେହି ସୋସାଇଟି ଆଜି ରୋଗିଣା ଅବସ୍ଥାରେ ପଡ଼ିଛି ।
ଖବରରୁ ପ୍ରକାଶ ଗତବର୍ଷ 270ରୁ ଉର୍ଦ୍ଧ ଚାଷୀ ଧାନ ବିକ୍ରି କରିଥିବା ବେଳେ ସଠିକ୍ ସମୟରେ ଚାଷୀଙ୍କ ପାଖରେ ସାର ପାଇଥିଲେ | କିନ୍ତୁ କାର୍ଯ୍ୟରେ ଅବହେଳା ଦର୍ଶାଇ ସେହି ସମୟରେ କାର୍ଯ୍ୟ କରୁଥିବା ସେକ୍ରେଟାରୀଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ନିକଟସ୍ଥ ବେରୁଆବାରୀ ସେବା ସମବାୟ ସମିତିର ସେକ୍ରେଟାରୀ ଦଣ୍ଡପାଣି ଗୁରୁଙ୍କୁ ଦାୟିତ୍ୱ ଦେଇଥିଲେ | କିନ୍ତୁ 7 ମାସ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ବର୍ତ୍ତମାନ ବାହାଡ଼ା ଝୋଲା ସମିତିର ଦାୟିତ୍ୱ ସଠିକ ପାରିବେନି ବୋଲି ଲିଖିତ ଭାବେ ଉପରସ୍ତ ଅଧିକାରୀଙ୍କ ନିକଟକୁ ଜଣାଇଛନ୍ତି | ଏବେ ବାହାଡ଼ାଝୋଲା ସୋସାଇଟ ରେ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ନାମ ପଂଜୀକରଣ ଓ ସାର ସେବା ଏକପ୍ରକାର ଠପ୍ ହୋଇଯାଇଛି |
ଅଗଷ୍ଟ 15 ତାରିଖ ଅନ୍ତିମ ତାରିଖ ଥିବାରୁ ପଂଜିକରଣ ନହୋଇ ବାହାଡ଼ାଝୋଲା ପଂଚାୟତର ଅନେକ ଚାଷୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହିବେ । ଏଠି ପ୍ରଶ୍ନ ଉଠୁଛି
ସରକାରୀ ବାବୁ ସାଧାରଣ ଲୋକଙ୍କ ଟଙ୍କାରେ ଦରମା ପାଇ ସାଧାରଣ ଲୋକଙ୍କ ଦୁଃଖ ଦୂର କରିବା ପରିବର୍ତ୍ତେ ସମସ୍ୟା ବଢାଉ ଥୀବାରୁ ଆଗମି ଦିନରେ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି । ନୂଆଗାଁ ବ୍ଳକ ବାହାଡ଼ାଝୋଲା ପଂଚାୟତରୁ ଭାଗ ହୋଇ ପାଞ୍ଚଟି ପଞ୍ଚାୟତ ସହ ପାଞ୍ଚଟି ସୋସାଇଟି ଗଠନ ହୋଇଥିବା ବେଳେ ମୂଳ ସୋସାଇଟି ବାହାଡ଼ା ଝୋଲାକୁ ସରକାରୀ ବାବୁଙ୍କ ଅବହେଳା ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏହି ବିଷୟରେ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଅଧିକାରୀଙ୍କ ନୈରାଶ୍ୟଜନକ ମତାମତ ବାହାଡ଼ା ଝୋଲା ପଂଚାୟତର ଚାଷୀଙ୍କୁ ଅନ୍ଧାର ଭିତରକୁ ଟାଣି ନେବା ପରି ମନେହେଉଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …