ଓଡ଼ଗାଁ ବ୍ଲକ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ଗଠିତ : ପ୍ରଶାସନ ଓ ସାମ୍ବାଦିକ ଆଲୋଚନା ।
ଓଡଗାଁ : 01/08/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଓଡ଼ଗାଁ ବ୍ଲକ ଅଞ୍ଚଳରେ ଡିଜିଟାଲ ମିଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ନିମନ୍ତେ ଜିଲ୍ଲା ସଭାପତି ଅନୱର ଅଲ୍ଲିଙ୍କ ଡାକରାରେ ନୂତନ ଭାବେ ଓଡ଼ଗାଁ ଡିଜିଟାଲ ମିଡିଆ ସଂଘ ଗଠିତ ହେବା ସହ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଓଡ଼ଗାଁବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସର୍ବସମ୍ମତିକ୍ରମେ ପ୍ରଦୀପ କୁମାର ରାୟଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା ।
ଉପସଭାପତି ଅଶୋକ ଦାସ ,ସମ୍ପାଦକ ରିପନ କୁମାର ପଣ୍ଡା ,ସହ ସମ୍ପାଦକ ରାକେଶ ରୋଷନ ବେହେରା ,କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ, ଜଗଦୀଶ ପ୍ରଧାନ ,ଉପଦେଷ୍ଟା ବିଭୁପ୍ରସାଦ ସାହୁ ,ପ୍ରମୋଦ କୁମାର ନାୟକ ,ମନୋଜ ସାହୁ ,କାର୍ଯ୍ୟକାରୀ ସଭ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ର ,ଦିବ୍ୟରଞ୍ଜନ ନାୟକ ,ବିଜୟ କୁମାର ,ଭାସ୍କର ସ୍ୱାଇଁ ,ମନୋରଞ୍ଜନ ପାତ୍ର ,ବିପିନ କୁମାର ସେଠି ,ସହ ସଂଯୋଜକ ଚିତ୍ତରଞ୍ଜନ ନାୟକ ,ଶ୍ରୀଧର କୁମାର ନାୟକ ପ୍ରମୁଖ ଚୟନ ହୋଇଥିଲେ ।

ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ଏହି ସଂଘ କାର୍ଯ୍ୟ କରିବା ଦରକାର ବୋଲି ଓଡ଼ଗାଁ ବ୍ଲକ ପ୍ରେସ ସଂଘର ସଭାପତି ଅଶୋକ କୁମାର ମହାପାତ୍ର କହିଥିଲେ।ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଜେଡି ନେତା ସୂର୍ଯ୍ୟ ନାରାୟଣ ଚୌଧୁରୀ ,ଆଡ଼ଭୋକେଟ ପବିତ୍ର ମୋହନ ସାହୁ ,ପୂର୍ବତନ ସରପଞ୍ଚ ଦିବାକର ନାୟକ ,ପ୍ରମେୟ ଜିଲ୍ଲା ପ୍ରତିନିଧି ପୁରୁଷୋତ୍ତମ ମହାପାତ୍ର ,ଜିଲ୍ଲା ଡିଜିଟାଲ ମିଡିଆ ସମ୍ପାଦକ କିଶୋର ମହାପାତ୍ର ,ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ,ସାମ୍ବାଦିକ ଆଦର୍ଶ ପଟ୍ଟନାୟକ,ସମାଜସେବୀ ଦେବୀ ପ୍ରସାଦ ମିଶ୍ର ,ମନସ୍ୱିନୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ଗଣେଶ୍ୱର ସାହୁ ,ଜୟେନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ସଭାପତି ଅନୱର ଅଲ୍ଲୀ ସଭା ପରିଚାଳନା କରିଥିଲେ ।ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସାମ୍ୱାଦିକଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା ।ଅନେକ ସମୟରେ ୱେବଚ୍ୟାନେଲର ସାମ୍ବାଦିକମାନେ ଖବର ପ୍ରସାରଣ ସମୟରେ ବିଭିନ୍ନ ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।ସଂଗଠିତ ହୋଇ ରହିଲେ ଏଭଳି ଘଟଣାକୁ ଏଡାଯାଇପାରିବ ।ପରିଶେଷରେ ସଭାପତି ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସାମ୍ବାଦିକମାନଙ୍କ ପ୍ରତି ଥିବା ସମ୍ମାନ ,ସ୍ନେହ ,ଶ୍ରଦ୍ଧା ଏବଂ ଆନ୍ତରିକତା ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।

More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …