NK NEWS ODISHA

News agency Odisha

ମା ବ୍ୟାଘ୍ରଦେବୀ ଙ୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

Spread the love

ମା ବ୍ୟାଘ୍ରଦେବୀ ଙ୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ଦଶପଲ୍ଲା : – ( ଖିରୋଦ୍ ପ୍ରଧାନ କଂ ରିପୋର୍ଟ ) ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଜୁ ଗ୍ରାମ ନିକଟ ରେ ମା” ବ୍ୟାଘ୍ର ଦେବୀ ଠାକୁରାଣୀ ଙ୍କ ମନ୍ଦିର ରହିଛି। ମା” କଂ ର ମହିମା ଏହି ଅଞ୍ଚଳ ରେ ବେଶ୍ ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ଏହି ପୀଠ ରେ ଅଞ୍ଚଳ ବାସୀଙ୍କ ଉଦ୍ୟମରେ ବହୁ ପର୍ବପର୍ବାଣି ବେଶ୍ ଯାକ ଯମକ ରେ ପାଳନ କରାଯାଇଥାଏ। ହେଲେ ଦୀର୍ଘଦିନ ପୂର୍ବରୁ ମା ଙ୍କ ପାଇଁ ଭଲ ମନ୍ଦିର ଟିଏ ନଥିଲା । ମା ପୂଜା ପାଉଥିଲେ ଭଙ୍ଗା ଘରେ କିନ୍ତୁ ନିର୍ବାଚନ ବେଳେ ବହୁ ନେତା ମନ୍ତ୍ରୀ ଆସି ମା ଙ୍କ ନିକଟ ରେ ନିର୍ବାଚନୀ ଭିକ୍ଷା କରିଥାନ୍ତି ।। ନିର୍ବାଚନ ରେ ବିଜୟ ପାଇଲା ପରେ ମା ଭଙ୍ଗା ଘରେ ରହୁଥିବା କଥା ଭୁଲି ଯାଇଥାନ୍ତି ।

କିନ୍ତୁ… ବର୍ତ୍ତମାନ ର ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଓ ଦଶପଲ୍ଲା ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ତଥା ଉଦ୍ୟମୀ ନେତା ଶ୍ରୀଯୁକ୍ତ ଉପେନ୍ଦ୍ର ସାହୁ ଙ୍କ ଅନୁରୋଧ କ୍ରମେ ମା ଙ୍କ ପୀଠ ରେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଛି । ହେଲେ ବିଡମ୍ବନା ର ବିଷୟ , କୈଣଷି କାରଣ ବଶତଃ ଦଧିନଉତି ଟି ନିର୍ମାଣ ହୋଇପାରି ନ ଥିଲା । ମାନ୍ୟବର ବିଧାୟକ ଶ୍ରୀ ବେହେରା ନିଜେ ମା ଙ୍କ ପୀଠକୁ ଆସି ମା ଙ୍କ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ ଏବଂ ମା ଙ୍କ ମନ୍ଦିରର ଦଧିନଉତି ନିର୍ମାଣ ଏବଂ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବ ବୋଲି କହିଥିଲେ ।

%d