ମାଲକାନଗିରି ଜିଲ୍ଲା ସାମ୍ବାଦିକ ମାନଙ୍କ ସମନ୍ବୟ କମିଟି ଗଠନ ।
ମାଲକାନଗିରି : 29/07/2021 ( ନିଉଜ୍ ହେଡ଼ଙ୍କ ରିପୋର୍ଟ ) ଆଜି ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସମନ୍ବୟ କମିଟି ଗଠନ କରାଯାଇଛି । ନୟାଗଡ଼, କେନ୍ଦ୍ରାପଡା ଓ ଗୋପ ସମେତ ମାଲକାନଗିରି ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାରେ ଅବହେଳା ଇତ୍ୟାଦି ଘଟଣାକୁ ନେଇ ସାରା ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିବାଦ କରି ଆସୁଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ଏବଂ ବରିଷ୍ଠ ସାମ୍ବାଦିକ ମାନଙ୍କୁ ନେଇ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସଙ୍କ ଆହ୍ବାନ କ୍ରମେ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରାରମ୍ଭିକ ସ୍ତରରେ ସମନ୍ବୟ କମିଟି ଗଠନ କରାଯାଇ ସର୍ବ ସମ୍ମତି କ୍ରମେ ରତ୍ନାକର ଦାସଙ୍କ ଅଧ୍ୟକ୍ଷ , ମିଲୁ ପଟ୍ଟନାୟକଙ୍କୁ ଉପାଧ୍ୟକ୍ଷ , ଦୁର୍ଯ୍ୟୋଧନ ପାତ୍ର ସମ୍ପାଦକ , ଅଶୋକ ମିଶ୍ର ସହ ସମ୍ପାଦକ , ରଞ୍ଜିତ୍ ସାହା ଉପଦେଷ୍ଟା ଭାବେ ମନୋନିତ ହୋଇଛନ୍ତି । ଆଗାମି ଦିନରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ବୈଦୂତିକ ଗଣମାଧ୍ୟମ , ଛାପା ଗଣମାଧ୍ୟମ , ୱେବ୍ ଗଣମାଧ୍ୟମର ସଦସ୍ୟ ମାନଙ୍କୁ ଏକତ୍ରିତ କରାଯାଇ ସମନ୍ବୟ କମିଟିର ରୂପ ରେଖ ପ୍ରସ୍ତୁତ କରାଯିବା ସହ ମିଳିତ ଭାବେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଯାଇ, ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାନନ ଦାସ୍ , ତ୍ରିଲୋଚନ ଦାସ, ସତ୍ୟନାରାୟଣ ଦାସ , ଶ୍ରୀନିବାସ ପାତ୍ର , ମନୋଜ କୁମାର ମହାନ୍ତି , ଅପୁର୍ବ ଥଣ୍ଡର, ସୋନୁ ଅନୁଗୁ , କିଶୋର ପାତିକା , ସୀମାଞ୍ଚଳ ପାଣିଗ୍ରାହୀଙ୍କ ସହ ୨୦ ରୁ ଉର୍ଦ୍ଧ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
More Stories
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ 131ତମ ଜୟନ୍ତୀ ପାଳନ |