ଦିର୍ଘଦିନ ର କରୋନା କଟକଣା ପରେ ଚଳଚଞ୍ଚଳ ହୋଇପଡ଼ିଛି ହସ୍ତଶିଳ୍ପ ବିକାଶ ବିଭାଗ
ବେଗୁନିଆ : 02/08/2021(ରିପୋର୍ଟ : ପ୍ରମୋଦ କୁମାର ତ୍ରିପାଠୀ ): 2019/20ରୁ ପଡିରହିଥିବା ସମସ୍ତ ବାଧାପ୍ରାପ୍ତ ଯୋଜନା ତଥା ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦାୟିତ୍ବ ଗ୍ରହଣ କରିଛନ୍ତି ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରିୟଜିତ ସାହୁ | ଆଜି ବାଘମାରୀ ମିଲନ ପଥର ମୂର୍ତ୍ତି ଶିଳ୍ପ କେନ୍ଦ୍ରର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ତତ୍ୱାବଧାନରେ 15ଜଣ ଆଗ୍ରହୀ ଛାତ୍ରଙ୍କୁ ନେଇ ଏକ ବର୍ଷିଆ ହସ୍ତଶିଳ୍ପ ତାଲିମ ଶିବିର ଉଦ୍ଘାଟିତ ହୋଇଛି|
ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ମାନସ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ | ସମ୍ମାନିତ ଅତିଥି ଭାବରେ ଶିଳ୍ପୀ ଶିବଶଙ୍କର ଦାସ ଓ ବରିଷ୍ଠ କଳାକାର ଦୟାନିଧି ବେହେରା ଯୋଗଦେଇ ଥିଲେ | ଜ୍ୟୋତି ର୍ବିଦ ରଜନୀ କାନ୍ତ ପଣ୍ଡା ସଭା ସଂଯୋଜନା କରିଥିଲେ | ଅଂଚଳରେ କଳା ଓ କଳାକାରମାନଙ୍କ ବିକାଶ ପାଇଁ ଆସିଥିବା ସରକାରୀ ଯୋଜନା କିଭଳି ଉପଯୁକ୍ତ କଳାକାରଙ୍କ ନିକଟରେ ପହଞ୍ଚି ପାରିଲେ ସମାଜର ମଙ୍ଗଳ ହେବ, ସେନେଇ ଅତିଥି ମାନେ ଆଲୋଚନା କରିଥିଲେ | ଶେଷରେ ଶିଳ୍ପୀ କଳ୍ପତରୁ ପଣ୍ଡା ଉଦଯାପନୀ ସଂଗୀତ ପରିବେଷଣ କରି ଧନ୍ୟବାଦ ଅର୍ପଣ କରିଥିଲେ
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …