ଜୀବନର ଅନ୍ତିମ ପର୍ଯାୟରେ ସହାୟତା ଅପେକ୍ଷାରେ ଅସହାୟ ଜିତୁନ
ନିଶ୍ଚିନ୍ତକୋଇଲି : 15/07/2021(ରିପୋର୍ଟ : ପ୍ରତୀକ ମିଶ୍ର /ଅକ୍ଷୟ ସିଂହ): ମଣିଷ ଜୀବନ ଯେମିତି ପାଣିଫୋଟକା ପରି | କେତେବେଳେ କେଉଁ ପରିସ୍ଥିତିରେ କଣ ସବୁ ଘଟିଯିବ ତାହା କେହିବି କହିପାରେନା | ଜୀବନର ଅନ୍ତିମ ପର୍ଯାୟରେ ବଞ୍ଚିବାର ରାହାନେଇ ସମସ୍ତ ପ୍ରକାର ଚେଷ୍ଟା ପରେ ବିଫଳ ହେବାପରେ ଶେଷରେ ସରକାରୀ ସହାୟତାକୁ ଅପେକ୍ଷା କରିବା ଛଡା ଆଉ ଯେମିତି ବାଟ କିଛି ନାହିଁ | ଆମେ କହୁଛୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଓ଼ଡ଼ଖଣ୍ଡ ଗ୍ରାମର ଜିତୁନ ଦାସ ବୟସ ତେତିଶି(33) ପିତା-ଯୋଗିଦାସଙ୍କ ବିଷୟରେ | ଜୀବନର ଅନ୍ତିମ ପର୍ଯାୟରେ ସହାୟତା ଅପେକ୍ଷାରେ ଅସହାୟ ଜିତୁନ pic.twitter.com/zyWVLJwVWw
ମୁମ୍ବାଇରେ ଏକ ରଙ୍ଗ ମିସ୍ତ୍ରୀଭାବେ କାର୍ଯ୍ୟକରି ପରିବାର ସହିତ ଖୁସିରେ ଜୀବନ ବିତାଉଥିଲେ କିନ୍ତୁ କାଳକ୍ରମେ ଦଇବ ଦାଉ ସାଧିଲା, ପ୍ରଥମେ ଜିତୁନଙ୍କ ଆଖିକୁ ଭଲ ଦେଖାଗଲା ନାହିଁ ଓ ପରେ ଅନେକ ରୋଗ ମାଡ଼ିବସିଲା,ପରେ ଡାକ୍ତରଙ୍କ ଚିକିତ୍ସାପରେ ଜଣାପଡ଼ିଲା ଜିତୁନଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଛି ବୋଲି କିନ୍ତୁ ପୁଅର ଯନ୍ତ୍ରଣା ଓ ବଞ୍ଚିବାର ଆଶାକୁ ନେଇ ବାପା ଯୋଗି ଦାସ ଆଗେଇଆସିଥିଲେ ତାଙ୍କ କୀଡୀନିକୁ ତାଙ୍କ ପୁଅ ଦେହରେ ପ୍ରତିରୋପଣ କରିବା ପାଇଁ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ବି ତାଙ୍କ ପୁଅ କିଡ଼ନୀ ସହିତ ମିଶି ପାରିବ ନାହିଁ ବୋଲି ମନାକରିଥିଲେ ଡାକ୍ତର | ଜିତୁନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି କାରଣ କଟକ ସରକାରୀ ଡାକ୍ତରଖାନାବି ମୁଁହ ଫେରାଇଦେଲା |ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ କହିବାନୁସାରେ ଅସ୍ତ୍ରୋପ୍ରଚାର ପାଇଁ ପନ୍ଦର ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଯାହାର ଔଷଧଟିଏ ଖାଇବାକୁ ପଇସାଟିଏ ନାହିଁ ସେ ପନ୍ଦର ଲକ୍ଷ ଆଣିବେ କେଉଁଠୁ,ସ୍ଥାନୀୟ ଲୋକପ୍ରତିନିଧିଙ୍କ ସାହାଯ୍ୟ ଯୋଗାଇଦେବାର ପ୍ରତିଶୃତି ମଧ୍ୟ ଯେମିତି ପାଣିଫୋଟକା ପରି ମିଳେଇଗଲା, ସବୁଠି ନିରାଶ ହେବାପରେ ବର୍ତ୍ତମାନ କେବଳ ଏକାମାତ୍ର ସାହାରା ସରକାରି ସହାୟତା |
— Nayagarh khabar (@NayagarhK) July 15, 2021
ସବୁଠାରୁ ବଡ କଥା ହେଉଛି ଜିତୁନଙ୍କର ସ୍ତ୍ରୀ,ଚାରିବର୍ଷର ଝିଅ ଓ ଆଠ ବର୍ଷର ପୁଅ ମଧ୍ୟ ଅଛନ୍ତି, ଯଦି ସରକାରଙ୍କ ଶୁଭଦୃଷ୍ଟି ଜିତୁନ ଉପରେ ପଡେ ତାହାଲେ ହୁଏତ ଜିତୁନ ଏକ ନବ ଜୀବନ ପାଇବା ସଂଗେ ସଂଗେ ଜିତୁନଙ୍କୁ ଭରସା କରୁଥିବା ପରିବାରର ମଧ୍ୟ ଆଶା ଉଦ୍ଜୀବିତ ହେବ |ତେବେ ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ଶୁଭଦୃଷ୍ଟି ପଡୁଛି ଏହି ଅସହାୟ ମଣିଷ ଜିତୁନ ଓ ତାଙ୍କ ପରିବାର ଉପରେ
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ