କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଲେ ମଧ୍ୟବିତ୍ତ ପରିବାର ମହାସଂଘ
କେନ୍ଦ୍ରାପଡ଼ା : 19/07/2021(ରିପୋର୍ଟ : ଅରବିନ୍ଦ ରାଉତ): କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟବିତ୍ତ ପରିବାର ତରଫରୁ ଗୌରୀଶଙ୍କର ହୋଟେଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନିରଞ୍ଜନ ପରିଡ଼ା,ସମ୍ପାଦକ ଅରୁଣ ମହାପାତ୍ର, ମହିଳା ସଭା ନେତ୍ରୀ ଶ୍ରୀମତୀ ରୀନାରାଣୀ ପରିଡ଼ା, ସମ୍ପାଦକ ପ୍ରଦୀପ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଯୋଗଦେଇଥିଲେ | ସମାଜସେବୀ ଫକିର ଚରଣ ଖଟୁଆ ଓ ସୂଚନା ଅଧିକାର ଅଭିଯାନର ସଂଯୋଜକ ପ୍ରତାପ କୁମାର ମହାନ୍ତି ଏହି ବୈଠକରେ ଯୋଗଦେଇଥିଲେ |
— Nayagarh khabar (@NayagarhK) July 19, 2021
ବର୍ତ୍ତମାନର ୧୯ ବର୍ଷର ଶାସନ କାଳରେ ଓଡ଼ିଶାର ମଧ୍ୟବିତ୍ତ ପରିବାରରେ ଜୀବନଯାପନ କରୁଥିବାଲୋକମାନେ କିଭଳି ଭାବରେ ଅବହେଳିତ ହେଉଛନ୍ତି, ତାହା ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଥିଲା | ଏମାନେ ହେଲେ ନା ଧନୀ ନା ଦରିଦ୍ର | ଏମାନେ ଠିକ୍ ଭାବରେ ବଞ୍ଚି ପାରୁଛନ୍ତି ନା, କ’ଣ ଗୋଟାଏ କରିପାରୁଛନ୍ତି | ଏମାନେ ଦେଶର ନାଗରିକ ସତ, ହେଲେ ଘାସକୁ ମୋଟ,ବୁଦାକୁଛୋଟ ବୋଲି ମହାସଂଘ ନିଜ ଦୁଃଖ ପ୍ରକାଶ କରିଥିଲା |
More Stories
କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବ ସମାଜର ମହାସମାବେଶ !
5 ଶହ ଟଙ୍କା ଭତ୍ତା ଆଉ 5 କିଲୋ ଚାଉଳରେ ମାସ ସାରା ଚଳୁଛନ୍ତି ମାଆ ଓ ଝିଅ !
ନୟୀଗଡ଼ରେ ଚାଷୀଙ୍କ ପାଇଁ ଖୋଲିଲା ମଣ୍ଡି ।