ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବୀରଙ୍କ ପରିବାର ଏବେ ଅସହାୟ : ଦୁଇ ପିଲାଙ୍କ ଦାୟିତ୍ୱ ନେବାପାଇଁ ସରକାରଙ୍କୁ ଅନୁରୋଧ କଲେ ଅଞ୍ଚଳବାସୀ
ମାର୍ଶାଘାଇ : 16/07/202(ରିପୋର୍ଟ :ଅରବିନ୍ଦ ରାଉତ): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରବିର ଦାସ, ପିତା-ବ଼୍ଙଶୀଧର ଦାସ,ଗ୍ରାମ-ଥାଉରୀ,ପ୍ଞ୍ଚାୟତ-କୁହୁଡି, ବ୍ଲକ-ମାର୍ଶାଘାଇ, ଜି-କେନ୍ଦ୍ରାପଡାର ମାର୍ଶାଘାଇ | ସବୁଦିନ ପରି ସେ ଦିନ ମଧ୍ୟ ସେ ମଜୁରୀ କରିବାକୁ ଯାଇଥିଲେ | କିନ୍ତୁ ଆଉ ଫେରି ନଥିଲେ | ଏକ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ପ୍ରବୀର | ହେଲେ ଅସହାୟ ହୋଇଗଲା ହସ ଖୁସିର ପରିବାର | ସବୁଦିନ ପାଇଁ ବାପ ଛେଉଣ୍ଡ ହୋଇଗଲେ ଦୁଇ ସନ୍ତାନ | ଏହି ଦୁଇ ସନ୍ତାନଙ୍କ ପାଠ ପଢା ତ ଦୂରର କଥା ଏବେ ଏମାନଙ୍କୁ ବଞ୍ଚାଇବା ପାଇଁ ପ୍ରବୀରଙ୍କ ସ୍ତ୍ରୀ ଅସହାୟ |
— Nayagarh khabar (@NayagarhK) July 16, 2021
ସୂଚନା ଅନୁସାରେ କେନାଲବ୍ରିଜଠାରେ ହଠାତ୍ ଏକ ଅଜଣା ଗାଡ଼ି ଦୃତ ଗତିରେ ଆସି ଧକ୍କା ଦେଇ କେଉଁ ଆଡେ ଅଦ୍ରୁଶ୍ୟହୋଇଗଲା। ସେ ସେଠାରେ ମୁର୍ଛିତ ହୋଇପଡିରହିଥିଲେ। ତା ପରେ ମାର୍ଶାଘାଇର ଥାନାଗାଡି ଉଠାଇ ଆଣି ମାର୍ଶାଘାଇ ମେଡ଼ିକାଲରେ ଭର୍ତି କରାଇଥିଲେ।ମାର୍ଶାଘାଇ ମେଡ଼ିକାଲରେ ଗୁରୁତର ହୋଇଯିବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ।ସେଠାରେ ପ୍ରବିର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଯିବାରୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା ଡାକ୍ତରଙ୍କ ସମସ୍ତ ସେବାକୁ ଏଡାଇ ଦେଇ ପ୍ରବିର ଆରପାରିକୁ ଚାଲିଗଲେ |ତାଙ୍କର ଦୁଇଟି ସନ୍ତାନ , ଗୋଟିଏ ପୁଅ ଓ ଗୋଟିଏ ଝିଅ , ସେମାନେ ଏବେ ଅସହାୟ | ଏମିତି କି ମିଳିଲାନି ହରିଶ୍ଚନ୍ଦ୍ର ଯୋଜନା। ଏହି ପରିବାର ପ୍ରତି ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି | ଦୁଇଟି ପିଲାଙ୍କ ପାଠ ପଢାଖର୍ଚ ଓ ପରିବାରର ଭରଣ ପୋଷଣ ଦାୟିତ୍ବ ସରକାର୍ ହୁଅନ୍ତୁ ବା କେହି ବ୍ୟକ୍ତି ଦାୟୀତ୍ବ ଗ୍ରହଣ କଲେ ଉକ୍ତ ପରିବାର ସମାଜ ରେ ତିଷ୍ଠି ପାରନ୍ତେ ବୋଲି ଅଂଚଳର ଜନସାଧାରଣ ଅନୁରୋଧ କରିଛନ୍ତି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …