ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର କାଣିପୋଖରୀ ଗ୍ରାମକୁ କେବେ ମିଳିବ ମୌଳିକ ସୁବିଧା ?
ଗଣିଆ : 10/07/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର କାଣିପୋଖରୀ ଗ୍ରାମବାସୀ |ଏସମୟରେ ଯଦି କାହାର ଦେହ ଖରାପ ହେଲା, ତା’ହେଲେତ ଅସୁବିଧା ଆହୁରି ବଳେଇଯାଏ | ରୋଗୀକୁ ଦୋଳା କିମ୍ବା କନ୍ଧେଇକି ମେଡିକାଲ ନିଆଯାଏ | ଗ୍ରାମବାସୀମାନେ ରାସ୍ତା ପାଇଁ ସରପଞ୍ଚ କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି |
— Nayagarh khabar (@NayagarhK) July 10, 2021
ଗ୍ରାମବାସୀମାନେ କହିଛନ୍ତି ନିର୍ବାଚନ ଆସିଲେ ନେତାମାନେ ମିଥ୍ୟା ପ୍ରତିଶତି ଦେଇ ଭୋଟ ହାତେଇ ନେଉଛନ୍ତି |ହେଲେ ଭୋଟ ସରିଲେ ଆଉ ନେତାଙ୍କ ଭେଟ ମିଳୁନି | ଗ୍ରାମବାସୀଙ୍କ ଅଭିଯୋଗ ରାସ୍ତା କାମ ନହେଲେ ଆଗାମୀ ଦିନରେ ସେମାନେ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ | ଏଥିପାଇଁ ପ୍ରସ୍ତୁତି ଚାଲିଛି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …