NK NEWS ODISHA

News agency Odisha

ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଜର୍ନାଲିଷ୍ଟ ଆସୋସିଏସନର ଦ୍ବିତୀୟ ବୈଠକ : ମାଳଅଞ୍ଚଳ ବିକାଶ ପାଇଁ ଖବର ପରିବେଷଣ ହେବ ମୂଳ ଲକ୍ଷ୍ୟ !

Spread the love

ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଜର୍ନାଲିଷ୍ଟ ଆସୋସିଏସନର ଦ୍ବିତୀୟ ବୈଠକ : ମାଳଅଞ୍ଚଳ ବିକାଶ ପାଇଁ ଖବର ପରିବେଷଣ ହେବ ମୂଳ ଲକ୍ଷ୍ୟ !

ଦଶପଲ୍ଲା : 21/07/2021(ନିୟୁଜ ହେଡ଼ ): ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡିଆ ଜର୍ନାଲିଷ୍ଟ ଆସୋସିଏସନର ଦ୍ବିତୀୟ ବୈଠକ ନିଜସ୍ବ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ, ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଶୁଶାନ୍ତ କୁମାର ସାହୁଙ୍କ ପ୍ରସ୍ତାବ କ୍ରମେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା |

ସଭାପତି ଶ୍ରୀ ସାହୁ ଦଶପଲ୍ଲା ଅଂଚଳରେ ଚାଲିଥିବା ଦୁର୍ନୀତି, ଅନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଖବର ପ୍ରସାରଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ । ଆସୋସିଏସନ ଗଠନ ବେଳେ ଜିଲ୍ଲା କର୍ମକର୍ତ୍ତା କଂ ସହମତି କ୍ରମେ ସଭାପତି ଶୁଶାନ୍ତ କୁମାର ସାହୁ , ସଂପାଦକ ରତ୍ନାକର ହୋତା , କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ଓ କାର୍ଯ୍ୟାଳୟ ସଂଯୋଜକ ଶରତଚନ୍ଦ୍ର ମିଶ୍ର ପଦବୀ ଅଳଂକୃତ କରିଥିବାବେଳେ , ଆଜି ସମସ୍ତ ସଭ୍ୟଙ୍କ ସହମତି କ୍ରମେ କମିଟିର ସଂପ୍ରସାରଣ କରାଯାଇଛି ।

ଏହି ସଂପ୍ରସାରିତ କମିଟିରେ ସ୍ଥାନ ଅଳଂକୃତ କରିଥିବା ବ୍ୟକ୍ତି ମାନେ ହେଲେ , ଉପ-ସଭାପତି , ସଂଜିବ୍ କୁମାର ସାହୁ ଓ ସତ୍ୟ ନାରାୟଣ ସାହୁ, ସାଂଗଠନିକ ସଂପାଦକ- ପ୍ରୀୟବ୍ରତ ଆଚାର୍ଯ୍ୟ ଓ ଶ୍ରୀଧର ସାହୁ, ନଗର ସଂଯୋଜକ – ଜନ୍ମେଜଂୟ ଆଚାର୍ଯ୍ୟ ଓ ରଂଜନ ଦାସ, ଗ୍ରାମାଞ୍ଚଳ ସଂଯୋଜକ – ବ୍ରଜବିହାରୀ ରୂପ , ସୁବାଷ ଚନ୍ଦ୍ର ବାରିକ୍ ଓ ପ୍ରକାଶ ଚନ୍ଦ୍ର ନାୟକ ମନୋନୀତ ହୋଇଥିବାବେଳ

ଉପଦେଷ୍ଟା ଭାବରେ – ବିରଂଚି ନାରାୟଣ ରଥ ( ବରିଷ୍ଠ ଶିକ୍ଷବିତ୍ ) ଶରତ୍ ଚନ୍ଦ୍ର ସାହୁ ( ସମାଜ ସେବୀ ) ଓ ଲିଗାଲ୍ ଆଡ଼ଭାଇଜର୍ – ମାନସ୍ କୁମାର ମହାଖୁଡ଼ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଦଶପଲ୍ଲା ର ମାଳ ଅଞ୍ଚଳ ଗୁଡିକରେ ଥିବା ଗରିବ , ଆଦିବାସୀ , ହରିଜନ ଶ୍ରେଣୀର ଲୋକ ମାନଙ୍କ ପାଖରେ କେମିତି ପ୍ରଶାସନର ସମସ୍ତ ପ୍ରକାର ସୁଖ ସୁବିଧା ବାଟମାରଣା ନହୋଇ ସଠିକ୍ ଭାବରେ ପହଞ୍ଚି ପାରିବ , ଏହା ହିଁ ମୂଳ ଲକ୍ଷ୍ୟ ବୋଲି ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡିଆ ଆସୋସିଏସନ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ସଂପାଦକ ରତ୍ନାକର ହୋତା ଓ କୋଷାଧ୍ୟକ୍ଷ, ପ୍ରମଦ କୁମାର ମହାନ୍ତି ମତ ବ୍ୟକ୍ତ କରିଥିଲେ ।

%d