NK NEWS ODISHA

News agency Odisha

ରକ୍ତଦାନ ଶିବିର କରି ନିଜ ଜନ୍ମଦିନ ପାଳନ କଲେ ବିଧାୟକ !

Spread the love

ରକ୍ତଦାନ ଶିବିର କରି ନିଜ ଜନ୍ମଦିନ ପାଳନ କଲେ ବିଧାୟକ !

ନିଶ୍ଚିନ୍ତକୋଇଲି : 20/07/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ଜନ୍ମ ଦିନ ଉପଲଷେ ବିଧାୟକଙ୍କ ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଓଡ଼ିଶା ମୋ’ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ନିଶ୍ଚିନ୍ତକୋଇଲି ବ୍ଲକ ଇସାଣୀ ବରହମପୁର ସ୍ଥିତ ଚନ୍ଦ୍ର ଶେଖରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍ 53 ୟୁନିଟ ରକ୍ତ ସଂଗୃହୀତ ହୋଇ ଥିବା ବେଳେ ସେପଟେ ବିଧାୟକ ଭରଚୁଆଲ ମାଧ୍ୟମରେ ନେତା ଓ କର୍ମୀ ମାନଙ୍କ ସହ ଜନ୍ମ ଦିନ ପାଳିନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ କଟକ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଅଚ୍ୟୁତାନନ୍ଦ ଦାସ , ମହମ୍ମଦପୁର ସରପଞ୍ଚ ସରୋଜ କୁମାର ବେହେରା, ମାଣପୁର ଗ୍ରାମପଞ୍ଚୟତ ବିଜେଡ଼ି ସଭାପତି ରୁସ୍ତମ ମହମ୍ମଦ ,ସ୍ଥାନୀୟ ସରପଞ୍ଚ ଚାରୁଲତା ସେଠୀ, କଟକ ଜିଲ୍ଲା ବିଜୁଜନତା ଦଳର ଉପସଭାପତି ମନୋଜ ମହାନ୍ତି,ପୂର୍ବତନ ସମିତି ସଭ୍ୟ କାଳନ୍ଦୀ ଭୋଇ, ସିଲୋ ପଞ୍ଚାୟତ ବିଜେଡ଼ି ସଭାପତି କୌସର ଅଲ୍ଲୀ, ଯୁବ ବିଜେଡ଼ି ସଭାପତି ଅଲେଖ ପ୍ରଧାନ, ତିଲକଣ ବିଜେଡ଼ି ସଭାପତି ରମେଶ ଜେନା, କଟକ ସଦର ଯୁବ ବିଜେଡି ସଭାପତି ହିମାଂଶୁ ଦାସ, ସଦର ବ୍ଲକ ବିଜୁ ଛାତ୍ର ଜନତା ଦଳ ର ସଭାପତି ଇଞ୍ଜିିନୀୟର ସତ୍ୟ ସିଦ୍ଧାନ୍ତ ଦାସ, ବିଜେଡ଼ି ନେତା ସାରଦା ମହାନ୍ତି, ସଦର ଯୁବ ବିଜେଡ଼ି ସଭାପତି ଚିତ ରଞ୍ଜନ ବେହେରା, ଯୁବ ନେତା ସୁଶାନ୍ତ ସେଠୀ ଓ ଗୋପୀନାଥ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତ ରକ୍ତ ଦାତା ରକ୍ତଦାନ ଭଳି ମହତ କାର୍ଯ୍ୟ କରି ଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ବିଧାୟକ।

%d