NK NEWS ODISHA

News agency Odisha

ନିଶ୍ଚନ୍ତ କୋଇଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଏତଲା

Spread the love

ନିଶ୍ଚନ୍ତ କୋଇଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଏତଲା

ନିଶ୍ଚିନ୍ତକୋଇଲି : 21/07/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଆଜି ବିଳମ୍ବିତ ରାତ୍ରିରେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଣ୍ଡିଳ ନରସିଂହପୁରର ହେମଲତା ରାଉତ(ବୟସ= 60) ଙ୍କ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତୁ ଘଟିଥିବା ଅଭିଯୋଗ କରିଛନ୍ତି ତାଙ୍କ ସମ୍ପର୍କୀୟମାନେ l ପୂର୍ବଦିନ ଅପରାହ୍ନ ରେ ହେମଲତାଙ୍କ ଝାଡା, ବାନ୍ତି ହେବାରୁ ତାଙ୍କୁ ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | କିନ୍ତୁ ଡାକ୍ତର ରୋଗୀକୁ ଅଣଦେଖା କରିବାରୁ ମହିଳାଙ୍କ ମୃତୁ ଘଟିଲା l

ତାପରେ ଏ ନେଇ ମୃତ ମହିଳାଙ୍କ ସମ୍ପର୍କୀୟ ମାନେ ଏନେଇ ଡାକ୍ତରଙ୍କ ଚିକତ୍ସାକୁ ନେଇ ପ୍ରଶ୍ନ କରିବାରୁ ସେହି ସ୍ଥାନରେ ସ୍ଥାନୀୟ ପୋଲିସ ପହଂଚି ମୃତକଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବାର ସଙ୍ଗିନ ଅଭିଯୋଗ ସାମ୍ନା କୁ ଆସିଥିଲା | ଏସବୁକୁ ଭିତ୍ତି କରି ମୃତକଙ୍କ ସମ୍ପର୍କୀୟ ନିଶ୍ଚିନ୍ତ କୋଇଲି ଥାନାରେ ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ସ୍ୱରୂପ ଏତଲା ଦେଇଛନ୍ତି l

%d