ବିଧବା ବାସନ୍ତୀଙ୍କୁ ଆବାସ ଯୋଜନା ମନା
ବନ୍ତ,ତା୧୪/୭:(ରିପୋର୍ଟ :ସମୀର ମହାନ୍ତି): କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରୀବ ପରିବାରକୁ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ମାତ୍ର ଚାରିଗାଁ ଗ୍ରାମର ବାସନ୍ତୀ ମିଶ୍ରଙ୍କୁ ଆଜିଯାଏ ଏହି ଯୋଜନାରେ ସାମିଲ କରାଯାଇପାରିନାହିଁ । ସେ ବିଧବା ହେବାର ପ୍ରାୟ ୪୦ବର୍ଷ ପରେ ତାଙ୍କୁ ଭତ୍ତା ମିଳିଥିଲା । ଏହି ୪୦ବର୍ଷ ମଧ୍ୟରେ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏହା ମିଳିଥିଲା । ବାସନ୍ତୀଙ୍କ ଏକ ମାତ୍ର ପୁଅ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ବେଳେ ବୋହୂ ଓ ତାଙ୍କର ୨ଟି ଝିଅ ଘରେ ଅଛନ୍ତି ।
ଏହି ଭତ୍ତା ଟଙ୍କାରେ ବାସନ୍ତୀ ପରିବାର ପ୍ରତିପୋଷଣ କରୁଥିବାରୁ ପ୍ରତିଦିନ ଦୁଇ ଓଳା ଖାଇବା ପାଇଁ ରୋଷେଇ କରିବା ଅସମ୍ଭବ ହୋଇପଡ଼ିଥାଏ । ନୂଆଣିଆ ଚାଳଘରେ ପୁରୁଷ ଲୋକ ବିନା ଏହି ୪ଜଣ ମହିଳା ସବୁବେଳେ ବିପଦ ଆଶଙ୍କାରେ ରହିଥାନ୍ତି । କାରଣ ଏହି ଭଙ୍ଗା ଚାଳଘରକୁ ଯେ କେହି ଅନାୟାସରେ କରି ପାରିବ । ଥିଲାବାଲା ବାପ ପରେ ପୁଅକୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ ବାସନ୍ତୀ ଏଥିରୁ ବାଦ୍ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଆବାସ ଟିଏ ପାଇବା ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …