NK NEWS ODISHA

News agency Odisha

ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକରେ ବନ୍ଦ ହେଲା ବାହାଡାଝୋଲା ମାଣିକପାଟଣା ବଜାର |

Spread the love

ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକରେ ବନ୍ଦ ହେଲା ବାହାଡାଝୋଲା ମାଣିକପାଟଣା ବଜାର |

ବାହାଡାଝୋଲା : 16/08/2021(ରିପୋର୍ଟ :ନିରଞ୍ଜନ ସାହୁ ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ମାଣିକପାଟଣା ହାଟ ଛକରେ ବହୁ ଦିନହେବ ବ୍ୟବସାୟ କରି ଆସୁଥିବା ଭିକାରୀ ଚରଣ ସାହୁଙ୍କ 62ବର୍ଷ ବୟସରେ ଆଜି ପ୍ରାତଃ ସମୟରେ ଦେହାନ୍ତ ହୋଇଯାଇଛି। ଯାହାଫଳରେ ବାହାଡାଝୋଲା ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ସାହୁଙ୍କ ଜନ୍ମ ସ୍ଥାନ ହେଉଛି ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ | କିନ୍ତୁ ବହୁ ବର୍ଷ ଧରି ସେ ବାହାଡାଝୋଲା ହାଟଛକଠାରେ ବ୍ୟବସାୟ କରୁଥିଲେ | ନିଜର ଉତ୍ତମ ବ୍ୟବହାର ଏବଂ ସଚୋଟତା ପାଇଁ ଏ ଅଞ୍ଚଳରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ |

file photo

ସେ ବାହାଡାଝୋଲାରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଥିଲେ। କିଛିଦିନ ହେବ ତାଙ୍କର ଦେହ ଅସୁସ୍ଥ ଥିବା କାରଣରୁ ସେ ପରାଲୋକକୁ ଚାଲିଯାଇଛନ୍ତି।ଯେହେତୁ ମାଣିକପାଟଣା ହାଟଛାକ ଏକ ବ୍ୟବସାୟ ପେଣ୍ଠସ୍ଥଳ ସେଥିପାଇଁ ଏଠି ମହାଲକ୍ଷ୍ମୀ ବଣିକ ସଂଘ ନାମରେ ଏକ ସଂଘ ଗଠିତ ହୋଇଅଛି | ସେ ମହାଶୟ ଏହି ସଂଘର ସଦସ୍ୟ ଥିଲେ। ବଣିକ ସଂଘର ସମସ୍ତ ସଦସ୍ୟ ସଦସ୍ୟଙ୍କ ସୁଖ ଦୁଃଖରେ ସମସ୍ତେ ଏକ ହୋଇ ଶୃଙ୍ଖଳିତ ଭାବେ ବଜାରକୁ ଚଳାଇବା ପାଇଁ ଏହି ସଂଘ ଗଠିତ ହୋଇଅଛି। ବହୁ ବର୍ଷହେବ ସଂଘର ନୀତି ନିୟମ ଅନୁଯାୟୀ ସଂଘର ସମସ୍ତ ସଦସ୍ୟଙ୍କ ସମ୍ମତି କ୍ରମେ ସାହୁଙ୍କୁ ସମ୍ମାନ ଦେଇ ଆଜି ବାହାଡାଝୋଲା ମାଣିକପାଟଣା ହାଟ ଛକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି | ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ସନ୍ଧ୍ୟା 5 ଘଣ୍ଟିକା ସମୟରେ ଶୋକ ସଭା ଅନୁଷ୍ଠିତ କରାଯିବା କଥା କହିଛନ୍ତି ମହାଲକ୍ଷ୍ମୀ ବଣିକ ସଂଘର ପୂର୍ବତନ ସଭାପତି ସତ୍ୟବ୍ରତ ସାହୁ।

%d