NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହେଲା ଏକ ବର୍ଣ୍ଣମୟ ଅନୁଷ୍ଠାନ |

Spread the love

ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହେଲା ଏକ ବର୍ଣ୍ଣମୟ ଅନୁଷ୍ଠାନ |

କୋଲକାତା : 15/08/2021(ରିପୋର୍ଟ :ସନାତନ ମହାକୁଡ଼): ସ୍ୱାଧୀନତା ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଛି ଏକ ବର୍ଣ୍ଣମୟ ଅନୁଷ୍ଠାନ । ପୂର୍ବ ମେଦିନୀପୁର ର ବାଲିସାଇରୁ ପ୍ରକାଶିତ ଅନଲାଇନ ପତ୍ରିକା ‘ଶ୍ରେୟସୀ’ ର ବ୍ୟବସ୍ଥାପନାରେ ଆୟୋଜିତ ଏଇ ଅନୁଷ୍ଠାନକୁ ଯୁଗ୍ମ ପରିଚାଳନା କରିଥିଲେ ଧାମରା ବନ୍ଦରର ଡେପୁଟି ମ୍ୟାନେଜର ସୌଭାଗ୍ୟ କୁମାର ମଲ୍ଲିକ ଏବଂ ଶ୍ରେୟସୀ ପତ୍ରିକାର କର୍ଣ୍ଣଧାର ବରୁଣ କୁମାର ଦାସ । ସବ୍ୟସାଚୀ ପଣ୍ଡାଙ୍କ ଗୀଟାରରେ ଅନୁରଣୀତ ଜନ ଗଣ ମନ ମାଧ୍ୟମରେ ଶୁଭ ସୂଚନା ହୁଏ ଏଇ ଅନୁଷ୍ଠାନର । ମୁମ୍ବାଇରୁ ଅନଲାଇନ ଓଡ଼ିଆ ପତ୍ରିକା ‘ବେଦାନ୍ତୀ’ର ସମ୍ପାଦକ ଅରବିନ୍ଦ ମିଶ୍ର ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଏବଂ ଖଡ଼ଗପୁରସ୍ଥ ବିଶ୍ବାୟନ ପରିଷଦ ର ପୁରୋଧା ଗଗନ ଚନ୍ଦ୍ର ଦେଙ୍କ ସଂସ୍କୃତ ଭାଷାରେ ଲିଖିତ କବିତା ପାଠ ଅନୁଷ୍ଠାନକୁ ଅନୁପ୍ରାଣିତ କରେ । କୋଭିଡ ଯୁଦ୍ଧର ବିଜେତା ଏବଂ ସମାଜସେବୀ ଭୁବନେଶ୍ବରର ପୁଷ୍ପଲତା ମିଶ୍ର ,ଜଟଣୀର ଦେବଜାନୀ ରାୟ ,ସୌଦାମିନୀ ତ୍ରିପାଠୀ ,ପଦ୍ମାବତୀ ମିଶ୍ର ,ଅଭିନଵ ପଟ୍ଟନାୟକ ,ପ୍ରଶାନ୍ତ ପ୍ରଧାନ , ଅଜିତ କୁମାର ମହାପାତ୍ର ପ୍ରମୁଖ ଓଡ଼ିଆ କବିତା ପାଠ କରିଥିଲେ ।

ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ଫିରୋଜ କୁମାରଙ୍କ ସମ୍ବଲପୁରୀ ଭାଷାର କବିତା ପାଠ ଭିନ୍ନ ମାତ୍ରା ଯୋଗ କରିଥିଲା । ବର୍ଷିୟାନ କବି ବିଜୟ କୁମାର ମୁଦୁଲିଙ୍କ କବିତା ପାଠ କରିବାର ନିଆରା ଭଂଗି ସମାଦ୍ରୁତ ହୋଇଥିଲା । ନୟାଗଡ଼ ଜିଲ୍ଲାରୁ ଯୋଡ଼ି ହୋଇଥିଲେ ଅନୁବାଦକ ଏବଂ ଯୋଗଗୁରୁ ସନାତନ ମହାକୁଡ଼ । କଲିକତାରୁ କ୍ରିଷ୍ଣା ପାଳ ,ରାମନଗରରୁ ପ୍ରଣବ ଭଟ୍ଟାଚାରୀୟା ,ସୁଶାନ୍ତ କୁମାର ସାହୁ ,କାନ୍ଥିରୁ ରମଣୀ କାନ୍ତ ପାତ୍ର ,ସ୍ବପନ କୁମାର ପାହାଡୀ ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ । ଏହି ଭଳି ଅନୁଷ୍ଠାନ ‘ମନନ ‘.ସାହିତ୍ୟ ପତ୍ରିକାର ସମ୍ପାଦକ ,ଅଲୋକ ନାଥ ମିଶ୍ର ଓ ଅନୁଷ୍ଠାନ ପ୍ରେମୀ ପ୍ରଦୀପ କୁମାର ଜାନା ,ପରିତୋଷ ସାମନ୍ତ ,ଚନ୍ଦନ ଶିଟ ଏବଂ ସୌମେନ କରଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି ।l

%d bloggers like this: