୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ତରଫରୁ ଅନଲାଇନ୍ କବିତା ଆସର ଆୟୋଜିତ
ଭୁବନେଶ୍ୱର : 15/08/2021: ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୁକ୍ତିର ଅମୃତ ମହୋର୍ତ୍ସବ ରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ଏକ ସ୍ୱତନ୍ତ୍ର ଅନଲାଇନ ରାଜ୍ୟ ସ୍ତରୀୟ କବିତା ଲେଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ରୁ କବୟିତ୍ରୀ ସସ୍ମିତା ସୁନାମୁଦି ଯୋଗଦେଇ ଥିବା ବେଳେ କଳାହାଣ୍ଡି ର ସୁନାମଧନ୍ୟ କଣ୍ଠଶିଳ୍ପୀ ଲିପ୍ସା ମହାରଣା ଜାତୀୟ ସଂଗୀତ ଗାନ କରି କାର୍ଯ୍ୟକ୍ରମକୁ ଶୁଭା ଆରମ୍ଭ କରିଥିଲେ l ଏଥିରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ,ସଭାପତି ତଥା ପ୍ରାଣ ପ୍ରତିଷ୍ଠାତା ଖୁସିରାମ ସାହୁ, ଦୁର୍ଗାଶଙ୍କର ଦେ ପ୍ରମୁଖ ସାମିଲ ରହିଥିଲେ l ଏହି ପ୍ରତିଯୋଗିତା ରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଏବଂ କବୟିତ୍ରୀ ଅଂଶ ଗ୍ରହଣକରି ନିଜ ନିଜ କବିତା ପାଠ କରିଥିଲେ l ସେମାନେ ହେଲେ ନୟାଗଡ ରୁ ନୀହାରିକା ପଣ୍ଡା, କଳାହାଣ୍ଡିରୁ ଦିଲ୍ଲୀପ କୁମାର ନନ୍ଦୀ, କଟକ ରୁ କଳ୍ପନା ରାଉତ, କଳାହାଣ୍ଡିରୁ ପ୍ରିୟଦର୍ଶିନୀ ମିଶ୍ର, ଗଞ୍ଜାମ ରୁ ପ୍ରବୀଣ କୁମାର ଖାଡଙ୍ଗା, ଗଞ୍ଜାମ ରୁ ରାମ ଚନ୍ଦ୍ର ପ୍ରଧାନ, କଳାହାଣ୍ଡି ରୁ ତରଙ୍ଗ ଚଣ୍ଡି, ବରଗଡ଼ ରୁ ଜିତେନ୍ଦ୍ରିୟ ସାହୁ, ଗଞ୍ଜାମ ରୁ କୁସୁମ ପଣ୍ଡା, ବାଲେଶ୍ୱର ରୁ ସୁଜାତା ଦାସ, ନୟାଗଡ ରୁ ସବିତା ଶୁକ୍ଲା, ରାୟଗଡା ରୁ ଦୀପକ କୁମାର ପଣ୍ଡା, ଭୁବନେଶ୍ୱର ରୁ ରୀତାଅପରାଜିତା ମହାନ୍ତି, ଯାଜପୁର ରୁ ଲଲାଟ କେଶରୀ ବଳସାମନ୍ତ, ବାଲେଶ୍ୱର ରୁ ପ୍ରମୋଦିନୀ ପରିଚ୍ଛା, କଟକ ରୁ ରାଜକିଶୋର ମୁଣ୍ଡି,ଗଞ୍ଜାମ ରୁ ନଳିନୀ ପ୍ରଭା ମିଶ୍ର, ବରଗଡ଼ ରୁ ଶିବ ପ୍ରସାଦ ହାତୀ, ବଲାଙ୍ଗୀର ରୁ କୌସ୍ତୁଭ ଜାଲ, ଯାଜପୁର ରୁ ଅନସୂୟା ମଲ୍ଲିକ, କଳାହାଣ୍ଡି ରୁ ହିମାଞ୍ଚଳ ସାହୁ, ପୁରୀ ରୁ ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରୟ,
ବଲାଙ୍ଗୀର ରୁ ଆଶୁତୋଷ ଠାକୁର, ଯାଜପୁର ରୁ ପୂର୍ଣ୍ଣଚନ୍ଦ୍ର ରଣା, ବାଙ୍ଗାଲୋର ରୁ ଦେବାଶ୍ରିତା ମିଶ୍ର, ଅନୁଗୋଳ ରୁ କୁମାର ସ୍ୱାଇଁ, ରାଉରକେଲା ରୁ ଚିନ୍ମୟ କୁମାର ସାହୁ, କଳାହାଣ୍ଡି ରୁ କମଳିନୀ ଚଣ୍ଡି, ବଲାଙ୍ଗୀର ରୁ ରାଜୀବ କୁମାର ପଟେଲ, ସମ୍ବଲପୁର ରୁ ପିଙ୍କୁ ରଣବିଡ଼ା, କଟକ ରୁ ଶ୍ଵେତପଦ୍ମା ପ୍ରଧାନ, ଦେବଗଡ଼ ରୁ ଉମାଶଙ୍କର ବେହେରା, ଢେଙ୍କାନାଳ ରୁ ଅରୁନ୍ଧତୀ ଲେଙ୍କା, କଳାହାଣ୍ଡି ରୁ ଗୋପାଳ ଭାଟି ଯାଦବ, କଳାହାଣ୍ଡି ରୁ ବସନ୍ତ କଟା, ଭଦ୍ରକ ରୁ ସରୋଜ କୁମାର ଓଝା, ଭଦ୍ରକ ରୁ କୈଳାଶ ବେହେରା, ଗଞ୍ଜାମ ରୁ ମମତାରାଣୀ ଶତପଥୀ,କଟକ ରୁ ରାଜଲଷ୍ମୀ ବାରିକ, ଖୋର୍ଦ୍ଧା ରୁ ମୃତ୍ୟୁଞ୍ଜୟ ଡାକୁଆ,ଗଜପତି ରୁ ସୁରଥ ପାଇକ, କେନ୍ଦ୍ରାପଡ଼ା ରୁ ସୁରେନ୍ଦ୍ର ଜେନା, ଗଞ୍ଜାମ ରୁ ପ୍ରତାପ ଚନ୍ଦ୍ର ମିଶ୍ର, ପୁରୀ ରୁ ଚିତ୍ତରଞ୍ଜନ ପୃଷ୍ଟି, ଭୁବନେଶ୍ୱର ରୁ ମମତା ଦାଶ, ବରଗଡ଼ ରୁ ମନ୍ଦାକିନୀ ପାଢ଼ୀ, କୋରାପୁଟ ରୁ ଶୋଭାଗିନୀ ନନ୍ଦ, କଟକ ରୁ ବିଜୟ କୁମାର ସ୍ୱାଇଁ, ଡ଼ ଅବନୀ କାନ୍ତ ସାହୁ, କଟକ ରୁ ବିଳାସ ଚନ୍ଦ୍ର ବେହେରା, କେନ୍ଦ୍ରାପଡ଼ା ରୁ ଗୋବିନ୍ଦ ବେହେରା,ପ୍ରଶାନ୍ତ କୁମାର ନାଥ, ଗଞ୍ଜାମ ରୁ ପ୍ରତ୍ୟୁଷ ରଞ୍ଜନ ଦାଶ, ନୟାଗଡ ରୁ ଅଶୋକ କୁମାର ନାୟକ, କଳାହାଣ୍ଡି ରୁ ଯୁଧିଷ୍ଠିର ମୁଦୁଲି, ବରଗଡ଼ ରୁ ତାପ୍ତିମୟୀ ପଣ୍ଡା ମିଶ୍ର, କଲାହାଣ୍ଡି ରୁ ନିତ୍ୟାନନ୍ଦ ସିଂହ,ଗଞ୍ଜାମ ରୁ ବୁଲୁ ବିଷୋୟୀ, ଯାଜପୁର ରୁ ଜଗଦୀଶ ଶତପଥୀ, ବରଗଡ଼ ରୁ ଅଙ୍କିତା ପ୍ରିୟଦର୍ଶିନୀ ସାହୁ, ବୌଦ୍ଧ ରୁ ନେପାଳ କୁମାର ବେହେରା, ନୟାଗଡ ରୁ ଆଶୁତୋଷ ରାଉତ,ଭୁବନେଶ୍ୱର ରୁ ସୁଧୀର ଚନ୍ଦ୍ର ମଲ୍ଲିକ,କଳାହାଣ୍ଡି ରୁ ରୀକ୍ଷିରାମ ମେହେର, ନୂଆପଡା ରୁ ସ୍ବର୍ଣ୍ଣରେଖା ପଣ୍ଡା, ବଲାଙ୍ଗୀର ରୁ ଶରତ ମନହିରା, ଗଞ୍ଜାମ ରୁ ଅମୁଲ୍ୟ କୁମାର ଦାଶ, କଟକ ରୁ ଶୁଭମ ବେହେରା,କେନ୍ଦୁଝର ରୁ ରତିନାରାୟଣ ରାଉତ, କେନ୍ଦୁଝର ରୁ ଶରତ ଚନ୍ଦ୍ର ମହାନ୍ତ, କଳାହାଣ୍ଡି ରୁ ଶିବରାମ ସାହୁ, କଳାହାଣ୍ଡି ରୁ ସୁଧାଂଶୁ ରଞ୍ଜନ, ପୁରୀ ରୁ ସଂପଦ କୁମାର ବେହେରା, କେନ୍ଦୁଝର ରୁ ନିର୍ମଳ ବାରିକ, ପୁରୀ ରୁ ଜନ୍ମଜୟ ନାୟକ ପ୍ରମୁଖ ନିଜର ସ୍ୱରଚିତ ସୃଷ୍ଟି ସମ୍ଭାର ସର୍ଜନା କରି ସ୍ୱାଧୀନତାର ଅମୃତ ମହୋର୍ତ୍ସବକୁ ଦେଶାତ୍ମବୋଧକ କବିତା ଜରିଆରେ ଭାରତ ମାତାଙ୍କ ପଦ ବନ୍ଦନା କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l
More Stories
ନୟାଗଡ ଜିଲ୍ଲାରେ ଆରମ୍ଭ ହେଲା ପିଏମ କେୟାର ଫର ଚିଲଡ୍ରେନ ସ୍କିମ’: 18ବର୍ଷ ବୟସରେ ମିଳିବ 10ଲକ୍ଷ ଆର୍ଥିକ ସହାୟତା !
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ